CHARIDHAM

କରୋନା ଭାଇରସ୍, ତୁଳସୀପତ୍ର ସ୍ୱପ୍ନାଦେଶ ସମ୍ପୂର୍ଣ୍ଣ ଗୁଜବ

ପୁରୀ, ୬ା୩(ଓଡ଼ିଶା ଭାସ୍କର): କରୋନା ଭାଇରସରେ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ରହିଛି । ଏହାରି ମଧ୍ୟରେ ଗତକାଲି ପୁରୀର ବଡ଼ ପଣ୍ଡାଙ୍କୁ ସ୍ୱପ୍ନାଦେଶ ହୋଇଥିଲା ଯେ ଓଡ଼ିଶାକୁ କରୋନା ଆସିଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ପଣ୍ଡାଙ୍କୁ ସ୍ୱପ୍ନାଦେଶ କରିଥିଲେ ଯେ ଓଡ଼ିଶାରେ ଯେତେ ଲୋକ ଅଛନ୍ତି ପିଲାଠାରୁ ବୁଢ଼ା ଯାଏଁ ସମସ୍ତେ ସୂର୍ଯ୍ୟ ଉଦୟ ପୂର୍ବରୁ ଗୋଡ଼ ହାତ ଧୋଇ ୭ଟି ତୁଳସୀ ପତ୍ର ଜଗନ୍ନାଥଙ୍କ ନାମ ନେଇ ଖାଇଲେ ଏହି ଭାଇରସର ପ୍ରଭାବ ପଡ଼ିବନି । କିନ୍ତୁ ଆଜି ଏହି ଖବର ସମ୍ପୂର୍ଣ୍ଣ ଗୁଜବ ବୋଲି କହିଛନ୍ତି ଶ୍ରୀମନ୍ଦିର ବରିଷ୍ଠ ସେବାୟତ । ସେ କହିଛନ୍ତି ଏହିପରି କିଛି ବି ସ୍ୱପ୍ନାଦେଶ ହୋଇନାହିଁ ।