(Video) ଜାତିଶ୍ରେଷ୍ଠ ବାହ୍ମଣଙ୍କ ଗୁଣ୍ଡାରାଜ୍! ପ୍ରବଚକଙ୍କୁ ମାଡ଼ ମାରି ଲଣ୍ଡା କଲେ, ତା’ ପରେ ନାକ ଭୂଇଁରେ ରଗଡ଼ିଲେ

ଦେଖନ୍ତୁ ଭାଇରାଲ ଭିଡିଓ । ଜାତିଶ୍ରେଷ୍ଠଙ୍କ ଅମାନୁଷିକ କାଣ୍ଡ ।

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ନାନା ପ୍ରକାର ଭିଡିଓ ପୋଷ୍ଟ ହେଉଛି । ଯେଉଁଥିରୁ ଅନେକ ଭିଡିଓ ଖୁବ୍ ଭାଇରାଲ ମଧ୍ୟ ହେଉଛି ।

ଏକ୍ସ ପ୍ଲାଟଫର୍ମରେ ଭାଇରାଲ ହେଉଥିବା ଏକ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । କାରଣ ଏହି ଭିଡିଓ ଯିଏ ଦେଖିବ ତାକୁ ଏହି ଭିଡିଓ ବ୍ୟଥିତ କରିବ ।

ଉତ୍ତର ପ୍ରଦେଶ ଇଟାୱା ଜିଲ୍ଲା ଅହେରିପୁରରେ ଯାଦବ ସମାଜରୁ ଆସୁଥିବା ଜଣେ ପ୍ରବଚକ ପ୍ରବଚନ ଦେଉଥିଲେ । ଏ ସମ୍ପର୍କରେ ଜାଣିପାରି ଏତିକିବେଳେ ବ୍ରାହ୍ମଣ ସମାଜର କିଛି ଲୋକ ସେଠାରେ ପହଞ୍ଚିଗଲେ ।
ସେମାନେ ଯାଦବ ସମାଜରୁ ଆସୁଥିବା କଥା ବାଚକଙ୍କୁ ମାଡ଼ ମାରିବା ସହ ସେମାନଙ୍କୁ ଲଣ୍ଡା କରିଛନ୍ତି । ଯାହା ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ଏ ଅତ୍ୟାଚାର ଏତିକିରେ ସରୁନାହିଁ ।

ବ୍ରାହ୍ମଣ ଲୋକମାନେ କଥାବାଚକଙ୍କ ନାକକୁ ଭୂଇଁରେ ରଗଡ଼ିଲେ ମଧ୍ୟ । ସେମାନଙ୍କର କୌଣସି ଭୁଲ୍ ନ ଥିଲେ ସୁଦ୍ଧା ଯାଦବ ସମାଜର ହୋଇ ପ୍ରବଚନ ଦେବା ବ୍ରାହ୍ମଣ ସମାନ ପାଇଁ ଅପମାନର କଥା ବୋଲି ସେମାନେ ଅଭିଯୋଗ ଆଣିଥିଲେ ।

ଭବିଷ୍ୟତରେ ଏମିତି ନ କରିବା ପାଇଁ ସେମାନଙ୍କୁ ଉଚିତ୍ ଶିକ୍ଷା ଦେବା ଉଦ୍ଦେଶ୍ୟରେ, ବ୍ରାହ୍ମଣ ସମାଜର କିଛି ଲୋକ ଏମିତି ଅତ୍ୟାଚାର କରିଥିଲେ । ସୋସିଆଲ ମିଡିଆରେ ଘଟଣାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଆସିଛି ।

ଆଧୁନିକ ଦୁନିଆରେ ଲୋକମାନେ ଏବେବି ଜାତି ପ୍ରଥାକୁ ଜାବୁଡ଼ି ଧରିଛନ୍ତି । ଯାହା ସମାନ ପାଇଁ ଏକ ନକାରାତ୍ମକ ବାର୍ତ୍ତା ଦେବା ସହ ପରବର୍ତ୍ତୀ ପିଢ଼ି ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ ।