fbpx

କ୍ୟାଟରପିଲର୍ ଫଙ୍ଗସ୍ ହେଉଛି ଦୁନିଆର ସବୁଠାରୁ ଦାମୀ ଫଙ୍ଗସ୍, ଜାଣନ୍ତୁ ଏ ସର୍ମ୍ପକରେ କିଛି ଅଧିକ

ଓଡିଶା ଭାସ୍କର ବ୍ୟୁରୋ: କରୋନା ମହାମାରୀ ପରେ ଏବେ ବ୍ୟାପୁଛି ଆଉ ଏକ ମହାମାରୀ ବ୍ଲାକ୍ ଫଙ୍ଗସ୍ । ବର୍ତ୍ତମାନ ଏହି ନୁତନ ମହାମାରୀ ଦେଶରେ କୋକୁଆ ଭୟ ସୃଷ୍ଟି କରିଛି । କାରଣ ଏହା କରୋନାରୁ ସୁସ୍ଥ ହେବା ପରେ ଲୋକଙ୍କ ଠାରେ ଦେଖିବାକୁ ମିଳିଛି । ଏଯାବତ୍ ଏହାଦ୍ୱାରା ୧୨ ହଜାର ପାଖାପାଖି ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ତେବେ ଏହି ବ୍ଲାକ୍ ଫଙ୍ଗସ୍ ପରେ ଅନେକ ଗୁଡିଏ ଫଙ୍ଗସ୍ ଚର୍ଚ୍ଚାକୁ ଆସି ଯାଇଛନ୍ତି । ଏହି ଫଙ୍ଗସ୍ ଗୁଡିକ ଦ୍ୱାରା ଲୋକମାନଙ୍କ ଜୀବନଶୈଳୀ ପ୍ରଭାବିତ ହେବାରେ ଲାଗିଛି । ହେଲେ କିଛି ଫଙ୍ଗସ୍ ଏପରି ବି ରହିଛନ୍ତି ଯାହାର ବ୍ୟବହାର ଜଡିବୁଟି ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଏ । ଏବେ ଆମେ ଆପଣ ମାନଙ୍କୁ ଏକ ଫଙ୍ଗସ୍ ବିଷୟରେ ଜଣାଇବାକୁ ଯାଉଛୁ ଯାହା ବେଶ୍ ଦରକାରୀ । ଆଉ ଏହା ସବୁଠାରୁ ଅଧିକ ଦାମୀ ମଧ୍ୟ ।

ପାହାଡିଆ ଅଞ୍ଚଳରେ ମିଳୁଥିବା ଏହି ଫଙ୍ଗସ୍ କୁ କ୍ୟାଟରପିଲର୍ ଫଙ୍ଗସ୍ ବା ପ୍ରଜାପତି ଫଙ୍ଗସ୍ ବୋଲି କୁହାଯାଏ । ସୂଚନା ଯେ, ୧ କିଲୋ କ୍ୟାଟରପିଲର୍ ଫଙ୍ଗସ୍ ଦାମ୍ ୨୦ ରୁ ୩୦ ଲକ୍ଷ ଟଙ୍କା । ଭାରତରେ ଏହାକୁ କିଡା ଜଡି, ୟାରଶାଗୁମ୍ବା ଏବଂ ହିମାଲୟାନ୍ ବିୟାଗ୍ରା ନାମରେ ଜଣାଯାଏ ।

ତେବେ ଏହି ପଙ୍ଗସ୍ ଏକ ଖାସ୍ କୀଟ ଅର୍ଥାତ୍ ପ୍ରଜାପତିକୁ ମାରି ତିଆରି କରାଯାଇଥାଏ । ଏହାର ବୈଜ୍ଞାନିକ ନାମ ହେଉଛି କାର୍ଡିସେପ୍ସ ସାଇନୋସିସ୍ । ବିଦେଶରେ ଏହାର ଅନେକ ଚାହିଦା ରହିଛି । ଏହା ଭାରତ, ନେପାଳ ଏବଂ ଚାଇନାରେ ମିଳେ ।

ଖାଲି ସେତିକି ନୁହେଁ ନେପାଳ ଏବଂ ଚାଇନାର ସ୍ଥାନୀୟ ଲୋକ ମାନେ ଏହାକୁ ବିକ୍ରି କରି ସେମାନଙ୍କର ପ୍ରତିପୋଷଣ କରନ୍ତି । ରିପୋର୍ଟ ମୁତାବକ ଭାରତରେ ଏହାକୁ ଲୁଚାଚୋରାରେ ବିକ୍ରି କରାଯାଏ । କାରଣ ଏହାକୁ ଦେଶରେ ବ୍ୟାନ୍ କରାଯାଇଛି ।

ତେବେ କ୍ୟାଟରପିଲର୍ ଫଙ୍ଗସ୍ ର ଚାହିଦା କମି କମି ଆସୁଥିବାରୁ ଅନ୍ତଃରାଷ୍ଟ୍ରୀୟ ପ୍ରକୃତି ସଂରକ୍ଷଣ ସଂଘ ଏହାକୁ ରେଡ୍ ଲିଷ୍ଟରେ ପକାଇଛନ୍ତି ।

Get real time updates directly on you device, subscribe now.