CHARIDHAM

ଭୟଙ୍କର ଅଗ୍ନିକାଣ୍ଡ ପରେ ତିନି ମହଲା କୋଠା ଭୁଶୁଡି ପଡ଼ିଲା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀରେ ବୁଧବାର ଏକ ଘରେ ନିଆଁ ଲାଗିବା ପରେ ଏକ ତିନି ମହଲା ଘର ଭୁଶୁଡ଼ି ପଡିଛି। ଘଟଣା ସମୟର ଭୟଙ୍କର ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି କି, କିଛି ଅଗ୍ନିଶମ ବିଭାଗର କର୍ମଚାରୀ ଏହି ତିନି ମହଲା କୋଠା ନିକଟରେ ଠିଆ ହୋଇ ନିଅଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି । ଏହି ସମୟରେ ହଠାତ୍ ଏହି କୋଠା ଭୁଶୁଡ଼ିବା ଆରମ୍ଭ କରିଥିଲା।

ପୋଲିସର ସୂଚନାନୁସାରେ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି। ସକାଳ ୧୧ ଟାରେ ଜୟପୁର ଗୋଲଡେନ୍ ଟ୍ରାନ୍ସପୋର୍ଟ ବିଲ୍ଡିଂରେ ନିଆଁ ଲାଗିଯାଇଥିଲା। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବିଭାଗର ୧୮ ଟି ଗାଡ଼ି ନିୟୋଜିତ ହୋଇଥିଲା ବୋଲି ସୂଚନା ମିଳିଛି।

ମାତ୍ର ପାଞ୍ଚ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ସମଗ୍ର କୋଠା ଭୁଶୁଡି ପଡିଲା ଏବଂ ଧୂଆଁ ଏବଂ ଧୂଳିରେ ଆକଶ ଆଚ୍ଛାଦିତ ହୋଇଯାଇଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜାଣୀବା ପାଇଁ ତଦନ୍ତ ଚାଲିଥିବା ଅଧିକାରୀମାନେ କହିଛନ୍ତି ।