fbpx

(Video) ଦେଖୁ ଦେଖୁ ସିଙ୍କହୋଲରେ ଫସିଗଲା କାର, ଫିଲ୍ମ ଷ୍ଟାଇଲରେ ବଞ୍ଚିଗଲା ମାଆ-ଛୁଆଙ୍କ ଜୀବନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସିସିଟିଭିରେ ଅନେକ ଥର ଏପରି ଘଟଣାମାନ କଏଦ ହୁଏ, ଯାହାକୁ ଆଖିରେ ବିଶ୍ୱାସ କରାଯାଇପାରେନା। ବର୍ତ୍ତମାନ ଏଭଳି ଏକ ଘଟଣା ସିସିଟିଭିରେ କଏଦ ହୋଇଛି, ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଘଟଣାରେ ଜଣେ ୪୩ ବର୍ଷର ମହିଳା ନିଜ ପାଞ୍ଚ ବର୍ଷର ଶିଶୁଙ୍କ ସହ ସିଙ୍କ ହୋଲରେ ଫସିଯାଇଛନ୍ତି। ମହିଳା ଜଣକ କାରରୁ ଓହ୍ଲାଇବା ମାତ୍ରେ କାରଟି ଖାଲରେ ଖସିପଡିଥିଲା। ହେଲେ ପୁରା ଫିଲ୍ମ ଷ୍ଟାଇଲରେ ଉଭୟ ମାଆ-ପୁଅଙ୍କ ଜୀବନ ବଞ୍ଚଯାଇଥିଲା।

ଘଟଣାର ରୋମାନିୟାର ବୁଖାରେଷ୍ଟରେ ହୋଇଥିଲା। ମହିଳା ନିଜ ଶିଶୁକୁ କାରରେ କିଣ୍ଡରଗାର୍ଟନରେ ଛାଡିବାକୁ ଯାଉଥିଲେ। ଅଚାନକ ରାସ୍ତା ଭୁଷୁଡି ପଡିଥିଲା ଏବଂ କାର ସମେତ ଦୁଇଜଣ ଗଭୀର ଗାଡରେ ଖସିପଡିଲେ। ଭିଡିଓରେ ଦେଖିବାକୁ ମିଲୁଛି ଯେ, କାର ଛିଡା କରିବା ପରେ ମହିଳା ବାହାରକୁ ବାହାରିଲେ ଏବଂ ପଛ ଡୋର ଖୋଲି ଶିଶୁଙ୍କୁ ବହାର କରିଥିଲେ, କିନ୍ତୁ ଏହି ସମୟରେ ରାସ୍ତା ଭୁଶୁଡି ପଡିଥିଲା।

ପଛରେ ଠିଆ ହୋଇଥିବା କାର ସହିତ ହିଁ ଶିଶୁଜଣକ ଖାଲରେ ଖସିପଡିଥିଲେ। ମହିଳାଜଣକ ବାହାରେ ଥିଲେ, ହେଲେ ଶିଶୁକୁ ବଞ୍ଚାଇବା ପାଇଁ ସେ ଖାଲ ଭିତରକୁ ଖସିପଡିଲେ। ଏହି ସମୟରେ ସହାୟତା ପାଇଁ ଅନେକ ଲୋକେ ସେଠାରେ ପହଞ୍ଚିଯାଇଥିଲେ। ମହିଳା ଏବଂ ଶିଶୁକୁ ସୁରକ୍ଷିତ ବାବେ ବାହାରକୁ ଅଣାଯାଇଥିଲା। ଦୁଇ ଜଣଙ୍କ ଜୀବନ ବଞ୍ଚିଯାଇଥିଲା, ହେଲେ ମହିଳା ଜଣକ ଡରିଯାଇଥିଲେ।

Get real time updates directly on you device, subscribe now.