ନୂଆଦିଲ୍ଲୀ- ସାଧାରଣତଃ ଝିଅମାନଙ୍କର ପିରିୟଡ ବା ମାସିକ ଋତୁଚକ୍ର ୧୨ ବର୍ଷ ପରେ ହୋଇଥାଏ । କିନ୍ତୁ କିଛି ବର୍ଷ ହେବ ୭-୮ ବର୍ଷରେ ଝିଅମାନେ ପରିପକ୍ୱତା ଲାଭ କରୁଛନ୍ତି । ଧୂଳି, ମାଟିରେ ଖେଳିବା ବୟସରେ ସେମାନଙ୍କୁ ଏକ ବଡ ବୋଝ ଉଠେଇବାକୁ ପଡୁଛି । ଏହା ଛୋଟ ଛୋଟ ଝିଅଙ୍କ ସହ ସେମାନଙ୍କ ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ହେଉଛି । ତେବ କାହିଁକି ହେଉଛି ଏମିତି? ଏହି ଇୟର୍ଲି ପ୍ୟୁବର୍ଟି ପଛରେ କଣ ରହିଛି କାରଣ?
ପିଲାଙ୍କ ଭିତରେ ବୁଝିବାଶୁଝିବା ଶକ୍ତି ବିକଶିତ ହେବା ଆଗରୁ ପ୍ୟୁବର୍ଟି ବା ପିରିୟଡ ହେଉଛି । ସାତରୁ ଆଠ ବର୍ଷ ଭିତରେ ବୟସପ୍ରାପ୍ତି ହେଉଛି । ପ୍ରାରମ୍ଭିକ ଅବସ୍ଥାରେ ଯୌନାଙ୍ଗରୁ ହ୍ୱାଇଟ ଡିସ୍ଚାର୍ଜ, ବ୍ଲିଡିଂ ହୋଇଥାଏ । ଫଳରେ ଶରୀର ଆପଣାଛାଏଁ ପରିପକ୍ୱ ହୋଇଯାଏ ଓ ହାଡ ମଜବୁତ ହୋଇଥାଏ । ଏହା ପରେ ଆଉ ପିଲାଙ୍କ ଶାରୀରିକ ବିକାଶ ହୋଇପାରେ ନାହିଁ ।
ପ୍ୟୁବର୍ଟିର ପ୍ରଭାବ ପିଲାଙ୍କ ମାନସିକ ଓ ସାମାଜିକ ସ୍ୱାସ୍ଥ୍ୟ ଉପରେ ପକାଏ କୁପ୍ରଭାବ । ସାମାଜିକ ଓ ମାନସିକ ଚାପର ଶିକାର ହୋଇଥାନ୍ତି । ନୋଏଡାର ମଦରହୁଡ ହସ୍ପିଟାଲର ସିନିୟର କନ୍ସଲେଣ୍ଟ ଶିଶୁ ବିଶେଷଜ୍ଞ ଡା ଅମିତ ଗୁପ୍ତା ପିଲାଙ୍କ ଏହି ସମସ୍ୟାକୁ ନେଇ କହିଛନ୍ତି କି, ବ୍ରେଷ୍ଟ ସାଇଜ ବୃଦ୍ଧି ପାଇଥାଏ । କାଖତଳ ଓ ପ୍ରାଇଭେଟ ପାଟ୍ରରେ ବାଳ ଉଠିବା ଆରମ୍ଭ କରେ । ଏହି ଦୁଇଟି ହେଉଛି ପ୍ରାରମ୍ଭିକ ଲକ୍ଷଣ ।
ପ୍ୟୁବର୍ଟିକୁ ନେଇ ଡାକ୍ତରଙ୍କ କହିବା କଥା ଆମେ ବ୍ୟବହାର କରୁଥିଲା ପ୍ଲାଷ୍ଟିକ ବୋତଲ, ଫୁଡ ପ୍ୟାକେଟ, ସାମ୍ପୁ, ଲୋସନ ପରି କେୟାର ପ୍ରଡକ୍ଟରେ ଏଣ୍ଡୋକ୍ରାଇନ ନାମକ ଏକ କେମିକାଲ ଶରୀରକୁ ଯାଇଥାଏ । ଶରୀରରେ ହର୍ମୋନାଲ ପ୍ରକ୍ରିୟାରେ ମିଶି ପୁଅ ଓ ଝିଅଙ୍କ ପ୍ୟୁବର୍ଟି ପାଇଁ ବାଟ ଫିଟାଇଥାଏ ।
ଏହା ବ୍ୟତୀତ ପର୍ଯ୍ୟାପ୍ତ ନିଦ ନ ହେବା, ହରମୋନ କ୍ଷରଣରେ ପରିବର୍ତ୍ତନ ଏହି ସମ୍ଭାବନାକୁ ବଢାଇଦେଇଥାଏ । ନିଦ ଆମ ଶରୀରର ହରମୋନ ସିଷ୍ଟମକୁ ରେଗୁଲେଟ କରିଥାଏ । ନିଦ ଆବଶ୍ୟକ ମୁତାବକ ନ ହେବା କାରଣରୁ ସିଷ୍ଟମରେ ଅସନ୍ତୁଳନ ଦେଖାଦିଏ । ଏହା ବ୍ୟତୀତ ଶୈଶବରେ ପିଲାଙ୍କ ଭିତରେ ଦେଖାଦେଉଥିବା ମୋଟାପଣ ଏକ ବଡ କାରଣ ପ୍ୟୁବର୍ଟିର । ତେଣୁ ପିଲାଙ୍କ ଖାଦ୍ୟ, ପାନୀୟ ଉପରେ ବିଶେଷ ଧ୍ୟାନଦେବାର ଆବଶ୍ୟକତା ରହିଛି ।