fbpx

ନିଟ୍ ପେପର ଲିକ୍ ମାମଲା; ଗୁଜୁରାଟର ୭ଟି ସ୍ଥାନରେ ସିବିଆଇ ଚଢ଼ାଉ, ଝାଡ଼ଖଣ୍ଡରୁ ସାମ୍ବାଦିକ ଗିରଫ

Advertisement

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିବିଆଇ। ଗୁଜରାଟର ୪ଟି ଜିଲ୍ଲାର ୭ଟି ସ୍ଥାନରେ ସିବିଆଇ ଚଢ଼ାଉ ଜାରି ରଖିଛି। ଗୁଜରାଟର ଗୋଧ୍ରା, ଖେଡା, ଆନନ୍ଦ ଓ ଅହମ୍ମଦାବାଦରେ ସିବିଆଇ ଚଢ଼ାଉ କରିଛି। ଝାଡ଼ଖଣ୍ଡରୁ ଜଣେ ସାମ୍ବାଦିକଙ୍କୁ ଗିରଫ ସିବିଆଇ। ସାମ୍ବାଦିକ ଜମାଲୁଦ୍ଦିନଙ୍କୁ ମଧ୍ୟ ହଜାରୀବାଗରୁ କରିଛି ଗିରଫ। ଜମାଲୁଦ୍ଦିନ ପ୍ରିନସିପାଲ ଓ ଭାଇସ୍ ପ୍ରିନସିପାଲଙ୍କୁ ସହଯୋଗ କରିଥିବା ହୋଇଛି ଅଭିଯୋଗ ହୋଇଛି।

କଲ୍ ଡିଟେଲ୍ସରୁ ଜଣାପଡିଛି ଯେ ଜମାଲୁଦ୍ଦିନ ଫୋନ୍ ମାଧ୍ୟମରେ ପ୍ରିନସିପାଲ ଓ ଭାଇସ୍ ପ୍ରିନସିପାଲଙ୍କ ସହ ଯୋଗାଯୋଗରେ ଥିଲେ। ପ୍ରଶ୍ନପତ୍ର ଲିକ୍ ଘଟଣାରେ ସେ ପ୍ରିନସିପାଲ ଓ ଭାଇସ୍ ପ୍ରିନସିପାଲଙ୍କୁ ସାହାଯ୍ୟ କରୁଥିଲେ ବୋଲି ପଚରାଉଚରାରୁ ଜଣାପଡ଼ିଛି। ମେ’ ୫ ତାରିଖରେ ଗୁଜୁରାଟର ଗୋଧ୍ରାଠାରେ ନିଟ୍-ୟୁଜି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଗୁଜରାଟ ପୋଲିସ ଦ୍ୱାରା ଗିରଫ ହୋଇଥିବା ୫ଜଣ। ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ୪ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଛି।

କିନ୍ତୁ ଏଜେନ୍ସି ନୂଆ ତଦନ୍ତ କରୁଥିବାରୁ ଏହି ଅଭିଯୁକ୍ତମାନଙ୍କୁ ହେପାଜତକୁ ନେବା ର ଆବଶ୍ୟକତା ରହିଛି। ମେ ୮ ରେ ଗୁଜରାଟ ପୋଲିସ ଦ୍ୱାରା ଗିରଫ ହୋଇଥିବା ୫ ଜଣ- ସ୍କୁଲ ଶିକ୍ଷକ ତୁଷାର ଭଟ୍ଟ, ଜୟ ଜଲାରାମ ସ୍କୁଲର ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ଶର୍ମା ଏବଂ ଦଲାଲ ବିଭୋର ଆନନ୍ଦ ଏବଂ ଆରିଫ୍ ଭୋରାଙ୍କୁ ସିବିଆଇ ରିମାଣ୍ଡରେ ନେବାକୁ ଚାହୁଁଛି। ହେଲେ ଗୋଧ୍ରା ଉପକାରାଗାରରେ ଥିବା ଶିକ୍ଷା ପରାମର୍ଶଦାତା ପର୍ଶୁରାମ ରାୟଙ୍କୁ ସିବିଆଇ ରିମାଣ୍ଡରେ ନେବାକୁ ଚାହୁଁନଥିବା ଜଣା ପଡ଼ିଛି।

Get real time updates directly on you device, subscribe now.