fbpx

କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା: ସଞ୍ଜୟ ରାୟଙ୍କ ପରେ ସନ୍ଦୀପ ଘୋଷଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ସିବିଆଇର କ୍ରାଇମବ୍ରାଞ୍ଚ ଆର.ଜି କର ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆର.ଜି କର ମେଡିକାଲ କଲେଜର ପୂର୍ବ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଜେରା ପାଇଁ ଡକାଇଥିଲେ ଏବଂ ଜେରା ପରେ ସିବିଆଇ ତାଙ୍କୁ ଗିରଫ କରିଛନ୍ତି। ସନ୍ଦୀପ ଘୋଷଙ୍କୁ ସଲ୍ଟଲେକ ସିଜିଓ କମ୍ଲେକ୍ସ ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ସୋମବାର ଦିନ ପଚରାଉଚରା କରାଯାଉଥିଲା ଏହାପରେ ସିବିଆଇର ଦୁର୍ନୀତି ବିରୋଧୀ ୱିଙ୍ଗ ସିଜିଓ କମ୍ଲେକ୍ସ ଆସିଥିଲେ ଏବଂ ତାଙ୍କୁ କ୍ରାଇମ ବ୍ରାଞ୍ଚ ଅଫିସରୁ ବାହାରକୁ ନେଇଗଲେ। ସିବିଆଇର ଭ୍ରଷ୍ଟାଚାର ନିରୋଧକ ଶାଖା ଆରଜୀ କର ହସ୍ପିଟାଲ ଅର୍ଥନୈତିକ ଦୁର୍ନୀତି ମାମଲାର ଯାଞ୍ଚ କରୁଥିଲା। ଏହାପରେ ସିବିଆଇ ଘୋଷଙ୍କୁ ଗିରଫ କରିଛି।

ସୂଚନା ମୁତାବକ ଅର୍ଥନୈତିକ ଦୁର୍ନୀତି ମାମଲାରେ ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସିବିଆଇ ଗିରଫ କରିଛି। ସନ୍ଦୀପଙ୍କୁ ସିବିଆଇ ଦୁର୍ନୀତି ବିରୋଧକ ଶାଖା ଗିରଫ କରିଛି। ପୂର୍ବତନ ପ୍ରନ୍ସିପାଲଙ୍କ ଠାରୁ ଦୁଇ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ପଚରାଉଚରା କରାଯାଇଛି। ଆର.ଜି କର ହସ୍ପିଟାଲରେ ଗତ ମାସରେ ୩୧ ବର୍ଷୀୟ ଟ୍ରେନି ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ସହ ହତ୍ୟା କରାଯାଇଥିଲା। ଦୁଷ୍କର୍ମ ଏବଂ ହତ୍ୟାର ଏହି ଘଟଣାର ଅଭିଯୋଗରେ ପୋଲିସ ପ୍ରଥମେ ସଞ୍ଜୟ ରାୟଙ୍କୁ ଗିରଫ କରିଥିଲା ଏବଂ ସେ ଜେଲରେ ଅଛନ୍ତି।

Get real time updates directly on you device, subscribe now.