fbpx

କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା: ପୁଣି ଥରେ ସନ୍ଦୀପ ଘୋଷକୁ ଗିରଫ କଲା ସିବିଆଇ

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ସିବିଆର ବଡ ଆକ୍ସନ । ଆରଜି କରର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷକୁ ବାନ୍ଧିଲା ସିବିଆଇ । ତାଙ୍କ ସହିତ ତାଲା ପୋଲିସ ଷ୍ଟେସନର ଇନଚାର୍ଜ ଅଭିଜିତ ମଣ୍ଡଲକୁ ମଧ୍ୟ ଗିରଫ କରାଯାଇଛି । ପ୍ରମାଣ ନଷ୍ଟ ଅଭିଯୋଗରେ ସିବିଆଇ ସ୍ଥାନୀୟ ପୋଲିସ ଅଧିକାରୀଙ୍କୁ ଗିରଫ କରିଛି । ତେବେ ତାଙ୍କୁ ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରଖାଯିବା ନେଇ ସୂଚନା ରହିଛି ।

ପୂର୍ବରୁ ମଧ୍ୟ ଭ୍ରଷ୍ଟାଚାର ମାମଲାରେ ସନ୍ଦୀପକୁ ଗିରଫ କରାଯାଇଥିଲା । ବର୍ତ୍ତମାନ ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଗିରଫ କରାଯାଇଛି । ସୂଚନା ଅନୁସାରେ ସିବିଆଇ ଯାଞ୍ଚରୁ ଜଣାପଡିଛି ଯେ, କୋଲକାତା ଅଭୟା ଘଟଣାରେ ସନ୍ଧୀପ ଏବଂ ପୋଲିସ ଅଧିକାରୀ ଅଭିଜିତ ମଣ୍ଡଳ ମିଶି ଯାଞ୍ଚ ପ୍ରକ୍ରିୟାରେ ବିଳମ୍ବ ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ଯୋଜନା କରିଥିଲେ । ଏହାପୂର୍ବରୁ, ଆର୍ଥିକ ଅନିୟମିତତା ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ସନ୍ଦୀପ ଘୋଷ ଏବଂ ଅନ୍ୟ ତିନିଜଣଙ୍କୁ ସେପ୍ଟେମ୍ବର 23 ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିଲେ । ବର୍ତ୍ତମାନ ସନ୍ଦୀପ ଘୋଷକୁ ପ୍ରେସିଡେନ୍ସି ଜେଲର ଏକ ପ୍ରକୋଷ୍ଠରେ ରଖାଯାଇଛି । ସିବିଆଇ ସେମାନଙ୍କ ଠାରୁ ଅଧିକ ତଥ୍ୟ ଆଦାୟ କରିବା ପାଇଁ ନ୍ୟାୟିକ ହେପାଜତକୁ ବୃଦ୍ଧି କରିବାରେ ବୋଲି ଚର୍ଚ୍ଚା ହେଉଛି । ଗତ ସେପ୍ଟେମ୍ବର 2 ତାରିଖରେ ତାଙ୍କୁ ସିବିଆଇ ଗିରଫ କରିଥିଲା ।

Get real time updates directly on you device, subscribe now.