fbpx

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲାରେ ଗିରଫ କଲା ସିବିଆଇ

Advertisement

ନୂଆଦିଲ୍ଲୀ: ଏକ୍ସାଇଜ୍ ପଲିସି ମାମଲାରେ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟୀର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ, ସିବିଆଇ ପ୍ରଥମେ କୋର୍ଟ ରୁମରେ କେଜ୍ରିୱାଲଙ୍କୁ ଜେରା କରିବା ପରେ ଆନୁଷ୍ଠାନିକ ଭାବେ ଗିରଫ କରିଛି ।

ଏହା ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କୁ ଅବକାରୀ ମାମଲାରେ ତିହାର ଜେଲର ଅଧିକାରୀମାନେ ରାଓଜ ଏଭେନ୍ୟୁ କୋର୍ଟରେ ହାଜର କରାଇଥିଲେ । କେଜ୍ରିୱାଲଙ୍କୁ ବିଶେଷ ବିଚାରପତି ଅମିତାଭ ରାୱତଙ୍କ ସାମ୍ନାରେ ହାଜର କରାଯାଇଥିଲା, ସେଠାରେ ସିବିଆଇ ତାଙ୍କୁ ଜେରା କରିବା ପାଇଁ ହେପାଜତରେ ନିଆଯିବା ପାଇଁ ଅନୁରୋଧ କରିଥିଲା । ସିବିଆଇ ଆମ ଆଦମୀ ପାର୍ଟୀର ନେତାଙ୍କୁ ମଙ୍ଗଳବାର ସଂଦ୍ୟାରେ ତିହାର ଜେଲରେ ପଚରାଉଚରା କରିଥିଲା ।

Get real time updates directly on you device, subscribe now.