Big Breaking: CBI ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ିଲା, କମିଟି ବୈଠକ ଆଧାରରେ ନିଷ୍ପତ୍ତି

ନୂଆଦିଲ୍ଲୀ: କ୍ରାଇମ ବ୍ରାଞ୍ଚ ଅଫ୍ ଇଣ୍ଡିଆ ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ବଢ଼ିଛି । ପର୍ସନେଲ ମିନିଷ୍ଟ୍ରି ସୂଚନା ମୁତାବକ ପ୍ରବୀଣଙ୍କ କାର୍ଯ୍ୟକାଳ ୧ ବର୍ଷ ବଢ଼ାଇ ଦିଆଯାଇଛି ।

ସୋମବାର ଏ ସଙ୍କ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କମିଟି ବୈଠକ ବସିଥିଲା । କମିଟି ବୈଠକରେ ଲୋକସଭା ବିରୋଧୀ ଦଳ ନେତା ରାହୁଏ ଗାନ୍ଧୀ ଏବଂ ପ୍ରଧାମ ବିଚାରପତି ସଞ୍ଜିବ ଖନ୍ନା ଯୋଗ ଦେଇଥିଲେ ।

ବୈଠକ ପରେ ସରକାର ପ୍ରବୀଣଙ୍କ କାର୍ଯ୍ୟକାଳ ଆହୁରି ୧ ବର୍ଷ ବଢ଼ାଇବା ନେଇ ନିଷ୍ପତ୍ତି ଗ୍ରହଣ କରିଥିବା କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ପ୍ରବୀଣଙ୍କ ସ୍ଥାନ ନେବା ପାଇଁ ଉପଯୁକ୍ତ ବ୍ୟକ୍ତି ମିଳି ନ ଥିବାବେଳେ ସରକାର ସନ୍ଧାନରେ ଥିବା ଖବର ପ୍ରକାଶ ପାଇଛି ।