fbpx

କୋର୍ଟରୁ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟ୍‌କା; ୩ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ନୂଆଦିଲ୍ଲୀ: ମଦ ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ୩ ଦିନିଆ ସିବିଆଇ ହେପାଜତକୁ ପଠାଇ ଦେଇଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ। ଜୁନ୍ ୨୯ ତାରିଖ ସନ୍ଧ୍ୟା ୭ଟା ପୂର୍ବରୁ ସିବିଆଇ ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଥରେ କୋର୍ଟରେ ହାଜର କରିବ।

ପୂର୍ବରୁ ସୁନୀତା କେଜ୍ରିଓ୍ଵାଲ ତାଙ୍କ ସ୍ୱାମୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିବା ପରେ ପ୍ରତିକ୍ରିୟା ରଖିଥିଲେ। “ଜୁନ୍ ୨୦ରେ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ମିଳିଥିଲା। ସଙ୍ଗେ ସଙ୍ଗେ ଇଡିକୁ ସ୍ଥଗିତାଦେଶ ମିଳିଥିଲା। ଏହାର ପରଦିନ ସିବିଆଇ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଆଜି ଗିରଫ କରିଥିଲା। ସେ ଯେପରି ଜେଲରୁ ନ ବାହାରିବେ ସେଥିପାଇଁ ସବୁ ଚେଷ୍ଟା କରୁଛି। ଏହା କୌଣସି ଆଇନ ନୁହେଁ। ଏହା ଏକ ଏକଛତ୍ରବାଦ, ଜରୁରୀକାଳୀନ ପରିସ୍ଥିତି।”

 

 

Get real time updates directly on you device, subscribe now.