ସିବିଆଇ Vs ଇଡି; ଜାଣନ୍ତୁ ଏହି ଦୁଇଟି କେନ୍ଦ୍ରୀୟ ଏଜେନ୍ସି କିପରି କାର୍ଯ୍ୟ କରିଥାନ୍ତି

ଓଡ଼ିଶା ଭାସ୍କର: ଦେଶରେ ଭ୍ରଷ୍ଟାଚାର ଏବଂ ନ୍ୟାୟ ବ୍ୟବସ୍ଥାକୁ ନିୟନ୍ତ୍ରିତ ଏବଂ ବ୍ୟବସ୍ଥିତ ରଖିବା ପାଇଁ ଦୁଇଟି କେନ୍ଦ୍ରୀୟ ଏଜେନ୍ସି ପ୍ରମୁଖ ଭୂମିକା ତୁଲାଇଥାନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବଂ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ) । ତେବେ ଆପଣମାନେ ଜାଣିଛନ୍ତି କି ଇଡି ଏବଂ ସିବିଆଇ ମଧ୍ୟରେ କ’ଣ ଫରକ ରହିଛି ? ଏହି କେନ୍ଦ୍ରୀୟ ଏଜେନ୍ସି କିପରି କାର୍ଯ୍ୟ କରିଥାନ୍ତି ?

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(Enforcement Directorate): ୧୯୫୬ ମସିହା ମେ ୧ରେ ଇଡିର ସ୍ଥାପନା ହୋଇଥିଲା । ଏହ ଅର୍ଥମନ୍ତ୍ରଣାଳୟର ରାଜସ୍ୱ ବିଭାଗ ଅଧୀନରେ କାର୍ଯ୍ୟ କରିଥାଏ । ଅର୍ଥନୈତିକ ବ୍ୟାପାର ବିଭାଗ ନିୟନ୍ତ୍ରଣ ଅଧିନରେ ‘Enforcement Unit’ ଭାବରେ ଗଠିତ ହୋଇଥିଲା ଇଡି । ଏହା ବୈଦେଶିକ ମୁଦ୍ରା ବିନିମୟ ଅଧିନିୟମ, ୧୯୪୭(FERA, 1947) ଅନ୍ତର୍ଗତ କାର୍ଯ୍ୟ କରିଥାଏ । ଦୁଇଟି ପ୍ରମୁଖ ଭାରତୀୟ ସରକାରୀ ନିୟମ ଲାଗୁ କରିବା ଇଡିର ପ୍ରାଥମିକ ଉଦ୍ଦେଶ୍ୟ । ଯେଉଁଥିରେ ବୈଦେଶିକ ବିନିମୟ ପରିଚାଳନା ଆଇନ୍‌(FEMA, 1999) ଏବଂ PMLA, 2002 ଅନ୍ତର୍ଭୁକ୍ତ । ଭାରତରେ ମନି ଲଣ୍ଡରିଂ ମାମଲାର ମୁକାବିଲା ପାଇଁ ଏହା ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ସଂସ୍ଥା । Hawala Transactions, export proceeds, non- realisation of export proceeds, foreign exchange violations ଏବଂ ଅନ୍ୟାନ୍ୟ FEMA ଉଲ୍ଲଂଘନ ଭଳି ଯାଞ୍ଚ ପାଇଁ ଦାୟୀ ଅଟେ ।

କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(Central Bureau of Investigation): ଭାରତ ସରକାରଙ୍କ ମୁଖ୍ୟ ଯାଞ୍ଚ ଏଜେନ୍ସି ଭାବରେ ଜଣାଶୁଣା CBI । ଦିଲ୍ଲୀ ସ୍ପେସାଲ ପୋଲିସ ଏଷ୍ଟାବ୍ଲିଶମେଣ୍ଟ ଆକ୍ଟ ୧୯୪୬ ଅନ୍ତର୍ଗତ ସିବିଆଇ ପାଖରେ କ୍ଷମତା ରହିଛି । ଭ୍ରଷ୍ଟାଚାରକୁ ରୋକିବା ଏବଂ ପ୍ରଶାସନର ଅଖଣ୍ଡତା ବଜାୟ ରଖିବା ଦିଗରେ ସିବିଆଇ ମୁଖ୍ୟ ଭୂମିକା ତୁଲାଇଥାଏ । ଏହା ବ୍ୟତୀତ ଆର୍ଥିକ ଏବଂ ରାଜକୋଷ ନିୟମ ଉଲ୍ଲଂଘନ ନିୟମ ସହ ଜଡ଼ିତ ମାମଲା ଯେପରି ସୀମା ଶୁଳ୍କ ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ଆମଦାନୀ ଏବଂ ରପ୍ତାନୀ ନିୟନ୍ତ୍ରଣ, ଆୟକର, ବୈଦେଶିକ ମୁଦ୍ରା ନିୟମାବଳୀ ଉଲ୍ଲଂଘନ ସହ ଜଡ଼ିତ ମାମଲାର ଯାଞ୍ଚ ପାଇଁ ଦାୟୀ ଅଟେ । ଭାରତ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ସିବିଆଇ କୈଣସି ସଙ୍ଗୀନ ମାମଲାର ଯାଞ୍ଚ କରିବା ସହ ଇଣ୍ଟାପୋଲ ମାଧ୍ୟମରେ ଭାରତର ପ୍ରତିନିଧିତ୍ୱ କରିଥାଏ ।