fbpx

CBSE ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ନେଇ ବୋର୍ଡ ପକ୍ଷରୁ ଆସିଲା ଗୁରୁତ୍ୱପୂର୍ଣ୍ଣ ଅପଡେଟ୍, ଜାଣନ୍ତୁ କ’ଣ

Advertisement

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ସମଗ୍ର ଦେଶରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ମୋଟ ୩୩ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ । ତେବେ ଟର୍ମ-୧ ସିବିଏସଇ ପରୀକ୍ଷାରେ ଲାଗୁ ହୋଇଥିବା ଏକାଧିକ ଚଏସ୍ ପ୍ରଶ୍ନ (ଏମସିକ୍ୟୁ) ଫର୍ମାଟ ଅଧିକ କଠିନ ଥିବା ନେଇ ଅନେକ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ । ସିବିଏସଇ ୧୦ମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଆସନ୍ତା ଜାନୁଆରୀରେ ପ୍ରକାଶ ପାଇବାକୁ ଥିବାବେଳେ ଏହି ଅବସରରେ ସିବିଏସଇ ବୋର୍ଡ ପକ୍ଷରୁ ଏକ ନୂଆ ଅପଡେଟ୍ ଆସିଛି ।

ସିବିଏସଇର ନୂଆ ନିଷ୍ପତ୍ତି ଅନୁଯାୟୀ, ଚଳିତ ସିବିଏସଇ ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀ ଫେଲ୍ ହେବେ ନାହିଁ । ଟର୍ମ ନ ବୋର୍ଡ ପରୀକ୍ଷା ଫଳାଫଳ ମାର୍କକୁ ଆଧାର କରି ପ୍ରକାଶିତ ହେବ । ସେକେଣ୍ଡ ଟର୍ମ ପରୀକ୍ଷା ପରେ ମେରିଟ୍ ଲିଷ୍ଟ ପ୍ରସ୍ତୁତ ହେବ । ଟର୍ମ ୧, ଟର୍ମ ୨ ଓ ଇଣ୍ଟରନାଲ ଇଭାଲୁଏସନ ସ୍କୋରକୁ ବିଚାର କରି ଫାଇନାଲ ଆଉଟକମ୍ ଆସିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ସିବିଏସଇ ଦ୍ୱାଦଶ ଓ ଦଶମ ଶ୍ରେଣୀ ଟର୍ମ ୧ ପରୀକ୍ଷା ଗତ ଡିସେମ୍ବର ୧୬ ଓ ୧୭ରେ ଅନୁଷ୍ଠିତ ହୋଇଥିଲା । ନଭେମ୍ବର ୩୦ରେ ଦଶମ ଶ୍ରେଣୀ ମୁଖ୍ୟ ବିଷୟର ପରୀକ୍ଷା ହୋଇଥିଲା, ଯାହାକି ୧୧ ଡିସେମ୍ବରରେ ସମାପ୍ତ ହୋଇଥିଲା । ସେହିପରି ଦ୍ୱାଦଶ ଶ୍ରେଣୀର ମୁଖ୍ୟ ବିଷୟର ପରୀକ୍ଷା ଡିସେମ୍ବରରେ ଆରମ୍ଭ ହୋଇ ୨୨ ଡିସେମ୍ବରରେ ଶେଷ ହୋଇଥିଲା ।

Get real time updates directly on you device, subscribe now.