fbpx

CBSE 12th 2022 Topper: ତାନ୍ୟା ସିଂହ ସିବିଏସଇ ଟପ୍ପର, ରଖିଛନ୍ତି ୫୦୦ରୁ ୫୦୦ ମାର୍କ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ)ର ଦ୍ଵାଦଶ ଶ୍ରେଣୀର ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଏଥିରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଉତ୍ତର ପ୍ରଦେଶର ବୁଲନ୍ଦସହର ନିବାସସୀ ତାନ୍ୟା ସିଂହ। ସେ ୫୦୦ ରୁ ୫୦୦ ମାର୍କ ରଖିଛନ୍ତି। ତାନ୍ୟା ସିଂହ ବୁଲନ୍ଦସହରର ଦିଲ୍ଲୀ ପବ୍ଲିକ ସ୍କୁଲ(ଡିପିଏସ)ର ଛାତ୍ରୀ। ପରୀକ୍ଷା ପରିଣାମ ଘୋଷଣା ପରେ ଡିପିଏସର ଉତ୍ସବ ମାହୋଲ ରହିଛି।

ସିବିଏସଇ ଦ୍ଵାଦଶରେ ଟପ୍ପର ହୋଇଥିବା ତାନ୍ୟା ସିଂହ କହିଛନ୍ତି, ମୁଁ ବୁଲନ୍ଦସହରର ଡିପିଏସର ଛାତ୍ରୀ ଏବଂ ମୋତେ ୫୦୦ରୁ ୫୦୦ ମାର୍କ ମିଳିଛି। ଏହା ମୋ ପାଇଁ ବହୁତ ବଡ ଗର୍ବର ବିଷୟ। ମୁଁ ସର୍ବଭାରତୀୟସ୍ତରରେ ଶୀର୍ଷ ସ୍ଥାନ ହାସଲ କରିଛି। ଡିପିଏସର ଆଉ ଜଣେ ଛାତ୍ରୀ ଭୂମିକା ଗୁପ୍ତାଙ୍କୁ ୫୦୦ରୁ ୪୯୯ ନମ୍ବର ମିଳିଛି। ସେହି ସ୍କୁଲର ଛାତ୍ରୀ ସୌମ୍ୟା ନାମଦେବ ୫୦୦ରୁ ୪୯୭ ମାର୍କ ରଖିଛନ୍ତି।

ନିଜ ସଫଳତାକୁ ନେଇ ତାନ୍ୟା ସିଂହ, ଭୂମିକା ଗୁପ୍ତା ଏବଂ ସୌମ୍ୟା ନାମଦେବ ବହୁତ ଖୁସି ପ୍ରକାଶ କରିଛନ୍ତି। ବୁଲନ୍ଦସହରର ଡିପିଏସରୁ ପ୍ରାୟ ୨୫୦ ପିଲାଙ୍କ ମଧ୍ୟରୁ ୧୨ ଜଣ ଦ୍ଵାଦଶ ବୋର୍ଡ ପରୀକ୍ଷା ଦେଇଥିଲେ। ସ୍କୁଲର ୧୦୦ ପ୍ରତିଶତ ଛାତ୍ର-ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍କୁଲ ପ୍ରିନ୍ସିପାଲ କହିଛନ୍ତି, ଏହା ଆମ ପାଇଁ ଗର୍ବର ବିଷୟ, ଆମର ସମସ୍ତ ପିଲା ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆମ ସ୍କୁଲର ଛାତ୍ରୀ ସର୍ବଭାରତୀୟସ୍ତରରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।

ସିବିଏସଇର ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଫଳାଫଳରେ ଛାତ୍ରୀମାନେ ବାଜି ମାରିଛନ୍ତି। ଦ୍ଵାଦଶ ପରୀକ୍ଷାରେ ୯୪.୫୪ ପ୍ରତିଶତ ଛାତ୍ରୀ ଏବଂ ୯୧.୨୫ ପ୍ରତିଶତ ଛାତ୍ର ପାସ୍ କରିଛନ୍ତି। ଜବାହାର ନବୋଦୟ ବିଦ୍ୟାଳୟର ରେଜଲ୍ଟ ୯୮.୯୩ ପ୍ରତିଶତ ରହିଛି। ସେହିପରି କେନ୍ଦ୍ରୀୟ ବିଦ୍ୟାଳୟର ରେଜଲ୍ଟ ୯୭.୦୪ ପ୍ରତିଶତ ରହିଛି।

Get real time updates directly on you device, subscribe now.