୪୪ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: ବୋର୍ଡ ପରୀକ୍ଷାରେ ଏହି ଭୁଲ କରନ୍ତୁନି, ନଚେତ୍ ୨ ବର୍ଷ ପାଇଁ ହେବେ ବ୍ୟାନ

ସିବିଏସଇ ବୋର୍ଡ ପରୀକ୍ଷା ୨୦୨୫ ତାରିଖ ପୂର୍ବରୁ ବୋର୍ଡ ଛାତ୍ରଛାତ୍ରୀମାନଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛି । ଚଳିତ ବର୍ଷ ସିବିଏସଇ ବୋର୍ଡ ପରୀକ୍ଷାରେ ନକଲି କିମ୍ବା ଠକେଇ କରୁଥିବା ଧରାପଡ଼ିଥିବା ବ୍ୟକ୍ତିଙ୍କ ଉପରେ ଦୁଇ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଯିବ ।

ନୂଆଦିଲ୍ଲୀ : ସିବିଏସଇ ବୋର୍ଡ ପରୀକ୍ଷା ୧୫ ଫେବୃଆରୀ ୨୦୨୫ ରୁ ଆରମ୍ଭ ହେବ । ଏହି ବର୍ଷ ପ୍ରାୟ ୪୪ ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ଦଶମ, ଦ୍ୱାଦଶ ପରୀକ୍ଷା ଦେବେ । ପରୀକ୍ଷା ସମୟରେ ଠକେଇ ଏବଂ ପେପର ଲିକ୍ ଭଳି ଘଟଣାକୁ ରୋକିବା ପାଇଁ ସିବିଏସଇ ବୋର୍ଡ କିଛି ନିର୍ଦ୍ଦେଶାବଳୀ ସେୟାର କରିଛି ।
ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଉଥିବା ଯେକୌଣସି ଛାତ୍ର ଯଦି ଏହି ନିର୍ଦ୍ଦେଶାବଳୀ ପାଳନ କରନ୍ତି ନାହିଁ କିମ୍ବା ପରୀକ୍ଷା କେନ୍ଦ୍ର ଭିତରେ କିଛି ଅନୁପଯୁକ୍ତ କାର୍ଯ୍ୟ କରୁଥିବା ଧରାପଡନ୍ତି, ତେବେ ତାଙ୍କୁ ୨ ବର୍ଷ ପାଇଁ ବୋର୍ଡ ପରୀକ୍ଷାରୁ ବ୍ୟାନ୍ କରାଯିବ ।

ସିବିଏସଇ ବୋର୍ଡ ପରୀକ୍ଷା ସହିତ ଜଡିତ ସମସ୍ତ ନିର୍ଦ୍ଦେଶାବଳୀ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି । ଏବେ ସ୍କୁଲ ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କୁ ଏହି ନିର୍ଦ୍ଦେଶାବଳୀ ବିଷୟରେ ଅବଗତ କରାଇବେ । ଏଗୁଡ଼ିକ ମାଧ୍ୟମରେ ପରୀକ୍ଷା ସୁରୁଖୁରୁରେ ପରିଚାଳନା କରାଯାଇପାରିବ ଏବଂ ଏହାର ସଚ୍ଚୋଟତା ମଧ୍ୟ ବଜାୟ ରଖାଯାଇପାରିବ ।

ଏହି ନୋଟିସରେ ସିବିଏସଇ ବୋର୍ଡ ଛାତ୍ରଛାତ୍ରୀ ଏବଂ ସ୍କୁଲଗୁଡ଼ିକୁ ନିୟମ ଉଲ୍ଲଂଘନ କଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ମଧ୍ୟ ଦେଇଛି । ସିବିଏସଇ ବୋର୍ଡ ପରୀକ୍ଷା ୨୦୨୫ ନିର୍ଦ୍ଦେଶାବଳୀ ତଳେ ଯାଞ୍ଚ କରାଯାଇପାରିବ ।

ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ଭୁଲ୍:
୨୦୨୫ ମସିହାରେ ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା ହଲରେ ଇଲେକ୍ଟ୍ରୋନିକ୍ ଡିଭାଇସ୍ କିମ୍ବା ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ । ଯଦି କୌଣସି ଛାତ୍ର ମୋବାଇଲ୍ ଫୋନ୍ କିମ୍ବା ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଡିଭାଇସ୍ କିମ୍ବା କୌଣସି ନିଷିଦ୍ଧ ଜିନିଷ ସହିତ ଧରାପଡ଼େ, ତେବେ ତାଙ୍କୁ ୨ ବର୍ଷ ପାଇଁ ପରୀକ୍ଷାରେ ଯୋଗଦେବାରୁ ନିଲମ୍ବିତ କରାଯିବ । ପରୀକ୍ଷା ସହିତ ଜଡିତ ଯେକୌଣସି ପ୍ରକାରର ଗୁଜବ ପ୍ରଚାର କରିବାରେ ସମ୍ପୃକ୍ତ ଛାତ୍ରଛାତ୍ରୀମାନଙ୍କୁ ଚଳିତ ଏବଂ ପରବର୍ତ୍ତୀ ବର୍ଷର ପରୀକ୍ଷାରୁ ନିଲମ୍ବିତ କରାଯିବ ।

ଉଈଝଋ ବୋର୍ଡ ପରୀକ୍ଷା କେନ୍ଦ୍ର ଭିତରକୁ କ’ଣ ନେବାକୁ ପଡିବ?
ସିସିଟିଭି କ୍ୟାମେରାର କଡ଼ା ନଜରରେ ସିବିଏସଇ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା କେନ୍ଦ୍ରରେ ନିରପେକ୍ଷତା ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଉଛି । ଏହା ଯେକୌଣସି ପ୍ରକାରର ଅନୁଚିତ କାର୍ଯ୍ୟକଳାପକୁ ରୋକିବାରେ ସାହାଯ୍ୟ କରିବ । ବୋର୍ଡ ପରୀକ୍ଷା କେନ୍ଦ୍ର ଭିତରେ ଆପଣ ଏହି ଜିନିଷଗୁଡ଼ିକୁ ନେଇପାରିବେ-

୧- ପ୍ରବେଶ ପତ୍ର ଏବଂ ସ୍କୁଲ ପରିଚୟ ପତ୍ର (ନିୟମିତ ଛାତ୍ରଙ୍କ ପାଇଁ)

୨- ଆଡମିଟ୍ କାର୍ଡ ଏବଂ ଯେକୌଣସି ସରକାରୀ ଫଟୋ ପରିଚୟ ପ୍ରମାଣ (ବେସରକାରୀ ଛାତ୍ରଙ୍କ ପାଇଁ)

୩- ଷ୍ଟେସନାରୀ ଜିନିଷ (ସ୍ୱଚ୍ଛ ପାଉଚ୍, ଜ୍ୟାମିତି/ପେନସିଲ୍ ବାକ୍ସ, ନୀଳ/ରୟାଲ୍ ନୀଳ କାଳି/ବଲ୍ ପଏଣ୍ଟ/ଜେଲ୍ ପେନ୍, ସ୍କେଲ୍, ଲେଖା ପ୍ୟାଡ୍, ଇରେଜର)

୪- ଆନାଲଗ୍ ଘଣ୍ଟା, ସ୍ୱଚ୍ଛ ପାଣି ବୋତଲ ।

୫- ମେଟ୍ରୋ କାର୍ଡ, ବସ୍ ପାସ୍, ଟଙ୍କା ।

ସିବିଏସଇ ବୋର୍ଡ ପରୀକ୍ଷା କେନ୍ଦ୍ର ଭିତରକୁ କ’ଣ ନେବାକୁ ପଡିବ ନାହିଁ?
୨୦୨୫ ମସିହାର ସିବିଏସଇ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ କେବଳ ସ୍କୁଲ ପୋଷାକ ପିନ୍ଧି ପରୀକ୍ଷା ଦେବା ଉଚିତ । ବହୁତ ପକେଟ ଥିବା ପୋଷାକ କିମ୍ବା ଚମକଦାର ପୋଷାକ ପିନ୍ଧି ଯାଅ ନାହିଁ । ମହଙ୍ଗା ଅଳଙ୍କାର, ଆସେସୋରିଜ୍ କିମ୍ବା ଏପରି କୌଣସି ଜିନିଷ ସାଙ୍ଗରେ ନିଅନ୍ତୁ ନାହିଁ ଯାହା ଖୋଜାଖୋଜି ସମୟରେ ବାହାରେ ଛାଡିବାକୁ ପଡ଼ିପାରେ ।