fbpx

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନୂଆ ନୀତି: ବର୍ଷକୁ ଦୁଇଥର ହେବ ବୋର୍ଡ ପରୀକ୍ଷା, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଲାଗି ହେବ ବଡ ପରିବର୍ତ୍ତନ

ନୂଆଦିଲ୍ଲୀ: ସିବିଏସଇ , ସିଆଇଏସସିଇ ଓ ଆଇସିଏସଇ ସହିତ ବିଭିନ୍ନ ବୋର୍ଡ ପରୀକ୍ଷା ଏବେ ବର୍ଷକୁ ଦୁଇ ଥର ହେବ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ନୂଆ ଶିକ୍ଷା ନୀତି ଲାଗୁ କରିବା ଲାଗି ନୂତନ ନ୍ୟାସନାଲ କରିକୁଲମ ଫ୍ରେମୱାର୍କ ପ୍ରସ୍ତୁତ କରିଛି । ଏହି ନୂଆ କରିକୁଲମ ଅନୁଯାୟୀ ଏବେ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ହେବ । ତେବେ ନୂଆ ନିର୍ଦ୍ଦେଶନାମା ଅନୁ ଯାୟୀ ଛାତ୍ରଛାତ୍ରୀଙ୍କୁ ନିଜର ବେଷ୍ଟ ସ୍କୋର ବଜାୟ ରଖିବାକୁ ଅନୁମତି ମିଳିବ । ଏହି ଦୁଇ ବୋର୍ଡ ପରୀକ୍ଷା ଟର୍ମ ୱାଇଜ୍ ହେବ ନାହିଁ । ଯେଉଁ ପରୀକ୍ଷାରେ ଛାତ୍ର ଅଧିକ ନମ୍ବର ରଖିଥିବ ସେହି ମାର୍କକୁ ହିଁ ଆଗ ମାନ୍ୟତା ମିଳିବ । ବିଦ୍ୟାର୍ଥୀଙ୍କୁ ପରୀକ୍ଷା ପାସ୍ କରିବା ଲାଗି ଦୁଇ ଥର ସୁଯୋଗ ମିଳିବ ।

ନୂଆ ଶିକ୍ଷା ନୀତି ଅନୁସାରେ ନ୍ୟାସନାଲ ଫ୍ରେମୱାର୍କ କରିକୁଲମ ପ୍ରସ୍ତୁତ ହୋଇସାରିଛି । ଏହି ହିସାବରେ ୨୦୨୪ ଲାଗି ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯିବ । ନୂଆ ଶିକ୍ଷା ନୀତି ଅନୁସାରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦୁଇଟି ଭାଷା ପଢିବାକୁ ହେବ । ଏଥିମଧ୍ୟରୁ ଗୋଟିଏ ଭାଷା ଭାରତୀୟ ହୋଇଥିବା ଉଚିତ ।
ନୂଆ ଶିକ୍ଷା ନୀତି ଅନୁସାରେ ବୋର୍ଡ ପରୀକ୍ଷାକୁ ସହଜ କରାଯିବାକୁ ସବୁ ପ୍ରକାର ଉଦ୍ୟମ କରାଯିବ । ନୂଆ ବ୍ୟବସ୍ଥାରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଲାଗି ବିଭାଗ ଚୟନ କେବଳ କଳା, ବାଣିଜ୍ୟ କିମ୍ବା ବିଜ୍ଞାନ ମଧ୍ୟରେ ସୀମିତ ରହିବ ନାହିଁ ବରଂ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପସନ୍ଦର ବିଷୟ ଚୟନ ଲାଗି ସୁଯୋଗ ମିଳିବ । ଏହା ବ୍ୟତିତ ପାଠ୍ୟପୁସ୍ତକ ଦାମ୍ ମଧ୍ୟ କମ୍ କରାଯିବ ।

 

Get real time updates directly on you device, subscribe now.