CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା, ୪୫ ଲକ୍ଷ ପିଲା ଦେବେ ପରୀକ୍ଷା

CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ଆସିଲା ବଡ଼ ସୂଚନା।

ଭୁବନେଶ୍ୱର: CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ଆସିଲା ବଡ଼ ସୂଚନା। ଘୋଷଣା ହେଲା CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ।

ଆସନ୍ତା ୨୦୨୬ ଫେବୃଆରୀ ୧୭ରୁ ଜୁଲାଇ ୧୫ ତାରିଖ ମଧ୍ୟରେ ସରିବ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା। CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ଜାରି ହେଲା ସୂଚନା।

ସଠିକ୍ ସମୟରେ ପରୀକ୍ଷା ଆରମ୍ଭ କରିବା ପାଇଁ ଚାଲିଛି ପ୍ରସ୍ତୁତି। ପରୀକ୍ଷାର ୧୦ ଦିନ ପରେ ଆରମ୍ଭ ହୋଇପାରେ ମୂଲ୍ୟାୟନ। ୧୨ ଦିନ ଭିତରେ ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହାସହ ଫେବୃଆରୀ ୨୦ ତାରିଖରୁ ହୋଇପାରେ ଦ୍ୱାଦଶ ଫିଜିକ୍ସ ପରୀକ୍ଷା। ସୂଚନାନୁସାରେ, ଦଶମ ଦ୍ୱାଦଶ ଶ୍ରେଣୀରେ ପ୍ରାୟ ୪୫ ଲକ୍ଷ ପିଲା ଦେବେ ପରୀକ୍ଷା।