fbpx
BSKY SKY
BSKY SKY

CBSE ପକ୍ଷରୁ ଜାରି ହେଲା Central Scholarship Scheme, ସମସ୍ତ କଲେଜ ଓ ୟୁନିଭରସିଟି ଛାତ୍ରଛାତ୍ରୀ କରିପାରିବେ ଆବେଦନ

BSKY

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ସେଣ୍ଟ୍ରାଲ ସେକ୍ଟର ସ୍କିମ୍ ଅଫ୍ ସ୍କଲାରସିପ୍ (ସିଏସଏସସ) ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।  କଲେଜ ଓ ୟୁନିଭରସିଟି ଛାତ୍ରଛାତ୍ରୀମାନେ ଏହି କେନ୍ଦ୍ରୀୟ ସ୍କଲାରସିପରେ ପାଇଁ ଆବେଦନ ଆବେଦନ କରିପାରିବେ । ଛାତ୍ରଛାତ୍ରୀମାନେ ଜାତୀୟ ସ୍କଲାରସିପ ପୋର୍ଟାଲ (ଏନଏସପି) scholarships.gov.inକୁ ଯାଇ ଅନଲାଇନରେ ଆବେଦନ କରିପାରିବେ ।

ଛାତ୍ରଛାତ୍ରୀମାନେ ପୋର୍ଟାଲକୁ ଯାଇ ସେମାନଙ୍କର ସ୍କଲାରସିପକୁ ରିନ୍ୟୁ କରିପାରିବେ । ୨୦୨୧ ବର୍ଷ ପାଇଁ ପ୍ରଥମ ରିନ୍ୟୁ, ୨୦୨୦ ବର୍ଷ ପାଇଁ ଦ୍ୱିତୀୟ ରିନ୍ୟୁ, ୨୦୧୯ ବର୍ଷ ପାଇଁ ତୃତୀୟ ରିନ୍ୟୁ ଓ ୨୦୧୮ ବର୍ଷ ପାଇଁ ଚତୁର୍ଥ ରିନ୍ୟୁ କରିବା ପାଇଁ ପୋର୍ଟାଲରେ ବ୍ୟବସ୍ଥା ରହିଛି । ଅନଲାଇନ ଆପିଲିକେସନ ଫର୍ମ ରିନ୍ୟୁଆଲ ଓ ଫ୍ରେସ୍ ସ୍କଲାରସିପ ପାଇଁ ଆବେଦନର ଅନ୍ତିମ ତାରିଖ ଆସନ୍ତା ଅକ୍ଟୋବର ୩୧ ତାରିଖ ରହିଛି ।

ସ୍ଥିରୀକୃତ ହୋଇଥିବା ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ଏଥିସହିତ ଛାତ୍ରଛାତ୍ରୀମାନେ ସେମାନଙ୍କର ଅନଲାଇନ ଇନଭାଲିଡ୍ ଆକିଲିକେସନକୁ ଶିକ୍ଷାନୁଷ୍ଠାନ ଦ୍ୱାରା ଭେରିଫାଏ କରିବାକୁ କୁହାଯାଇଛି । ଏହି ସ୍କଲାରସିପ ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ପାଖରେ ବ୍ୟାଙ୍କ ଡିଟେଲ୍ସ, ଆଧାର କାର୍ଡ ନମ୍ବର, ଅଭିଭାବକଙ୍କ ଆୟ ପ୍ରମାଣପତ୍ର, ଭାଲିଡ୍ ମୋବାଇଲ ନମ୍ବର, ଇ-ମେଲ ଆଇଡି, ଜାତି ପ୍ରମାଣପତ୍ର, ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

ଏଥିରେ ଆବେଦନ କରିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ପ୍ରାସଙ୍ଗିକ ଷ୍ଟ୍ରିମରେ ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଆବଶ୍ୟକ । ସେମାନଙ୍କର ପରିବାରର ଇନକମ ବର୍ଷକୁ ୮ ଲକ୍ଷରୁ କମ୍ ହୋଇଥିବା ଦରକାର । ଡିପ୍ଲୋମା ଛାତ୍ରଛାତ୍ରୀ ଏହି ସ୍କିମର ଫାଇଦା ଉଠାଇ ପାରିବେ ନାହିଁ । ଏନେଇ ଅଧିକ ତଥ୍ୟ ପାଇବା ପାଇଁ ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟକୁ ପରିଦର୍ଶନ କରିପାରିବେ ।

Get real time updates directly on you device, subscribe now.