fbpx
BSKY SKY
BSKY SKY

ପାକିସ୍ତାନରୁ ମିଳିଲା ବ୍ରିଟେନରୁ ଚୋରି ହୋଇଥିବା ଦାମୀ କାର୍: ଏମିତି ହୋଇଥିଲା ଚୋରି

BSKY

ନୂଆଦିଲ୍ଲୀ: ଭାବନ୍ତୁ କୌଣସି ଦେଶର ଏକ ଦାମୀ କାର୍ ଚୋରି ହୋଇଯାଉଛି ଆଉ ସେହି କାର୍ ଅନ୍ୟ ଦେଶରେ ମିଳୁଛି । ଏଥିରୁ ଚୋରି କରିଥିବା ବ୍ୟକ୍ତିର ବୁଦ୍ଧିକୁ ଆପଣମାନେ ଅନୁମାନ କରିପାରୁଥିବେ । ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯେତେବେଳେ ପାକିସ୍ତାନ ସୀମା ଶୁଳ୍କ ଅଧିକାରୀମାନେ ବ୍ରିଟେନ୍ ରୁ ଚୋରି ହୋଇଥିବା ଏକ ଲଗ୍ଜରୀ କାର୍ କୁ ଶନିବାର ରେଡ୍ ସମୟରେ କରାଚୀର ଏକ ବଙ୍ଗଳାରୁ ଜବତ କରିଥିଲେ ।

ପ୍ରକୃତରେ ବ୍ରିଟେନର ରାଷ୍ଟ୍ରୀୟ ଅପରାଧ ଏଜେନ୍ସୀ ଦ୍ୱାରା କାର୍ ଚୋରି ହେବାର ସୂଚନା ପାଇବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା । ଏଜେନ୍ସୀର ରିପୋର୍ଟ ଅନୂଯାୟୀ ଅଧିକାରୀମାନେ ସୂଚନା ଆଧାରରେ କରାଚୀରେ ଉକ୍ତ ବଙ୍ଗଳା ଉପରେ ଚଢ଼ଉ କରିଥିଲେ ଏବଂ ଦାମୀ କାର୍ ଜବତ କରିଥିଲେ । ଏକ ଅନ୍ୟ ବଙ୍ଗଳାରୁ ବିନା ଲାଇସେନ୍ସର ହତିଆର ଜବତ କରିଥିଲେ ।

ସୂଚନା ମୁତାବକ ଏହି ଦାମୀ କାର ଲଣ୍ଡନରେ କିଛି ସପ୍ତାହ ତଳେ ଚୋରି ହୋଇଥିଲା ଏବଂ ଏକ ଗ୍ୟାଙ୍ଗରେ ସାମିଲ ଲୋକମାନେ ପୂର୍ବ ୟୁରୋପୀୟ ଦେଶର ଏକ ଶୀର୍ଷ ରାଜନୀତିଜ୍ଞଙ୍କ ଦସ୍ତାବେଜ୍ ର ବ୍ୟବହାର କରି କାରକୁ ପାକିସ୍ତାନ ଆଣିଥିଲେ । ସେହି ରାଜନୀତିଜ୍ଞଙ୍କୁ ମଧ୍ୟ ସରକାର ଫେରିଆସିବାକୁ କହିଛନ୍ତି ।

ଏହି କାରର ଦାମ୍ ସାଢ଼େ ୬ କୋଟିର ପାକିସ୍ତାନ ମୁଦ୍ରା ହେବ । ଅଧିକାରୀ ଘରର ମାଲିକଙ୍କଠାରୁ ସନ୍ତୋଷ ଜନକ ଉତ୍ତର ପାଇନଥିଲେ ଏବଂ ତାଙ୍କୁ ହେପାଜତକୁ ନେଇଥିଲେ । ଅବଶ୍ୟ ଯେଉଁ ବ୍ୟକ୍ତିଙ୍କ ପାଖରୁ ଏହି କାର୍ ମିଳିଥିଲା ସେହି ବ୍ୟକ୍ତିଜଣକ ଏହି କାର କିଣିଥିବା ନେଇ କହିଛନ୍ତି ।

Get real time updates directly on you device, subscribe now.