fbpx
BSKY SKY
BSKY SKY

ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ: ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ

BSKY

କଳାହାଣ୍ଡି: ନୂଆଖାଇ ପରେ ଉତ୍ସବମୁଖର ହୋଇଛି ସାରା ଓଡିଶା । ବିଭିନ୍ନ ଜିଲ୍ଲାରେ ନୂଆ ଚୁଡା ଭୋଗ ଲାଗିବା ପରେ ଘରେ ଘରେ ନୂଆଖାଇ ପର୍ବ ପାଳନ ହେଉଛି । ଏହି ପରୀପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଅଧିଷ୍ଠାତ୍ରୀ ଦେବୀଙ୍କୁ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଠାରେ ଲାଗି ହୋଇଛି ନବାନ୍ନ ।

କଳାହାଣ୍ଡି ଜିଲ୍ଲାର ଗଡଜାତ ଅଞ୍ଚଳ ଲାଞ୍ଜିଗଡ଼, ଜୟପାଟଣା, ଭବାନୀପାଟଣା, ମଦନପୁର-ରାମପୁର ଓ ମା’ଙ୍କ ମୂଳ ପୀଠ ଥୁଆମୂଳ ରାମପୁରରେ ଆଜି ପାଳିତ ହେଉଛି ଗଣପର୍ବ ନୂଆଁଖାଇ । ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଶୁକ୍ଳପକ୍ଷ ଦଶମୀ ତିଥି ସକାଳ ୯ ଘଣ୍ଟା ୧୫ ମିନିଟ ରୁ ୧୦ ଘଣ୍ଟା ମଧ୍ୟରେ ବିଧି ବିଧାନ ଅନୁଯାୟୀ ମା’ ଙ୍କ ନିକଟରେ ନବାନ୍ନ ଲାଗିବା ପରେ ସକାଳ ୧୦ ଟାରେ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଦ୍ୱାର ଖୋଲା ହୋଇଥିଲା । ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ମନ୍ଦିରରୁ ଭୋଗ ନେଇ ଘରେ ଘରେ ନିଜ ପରିବାର ଗହଣରେ ନୂଆଁଖାଇ ପାଳୁଛନ୍ତି ସମଗ୍ର ଗଡ଼ଜାତ ଅଞ୍ଚଳବାସୀ । ଖିରି ପୁରୀ ପିଠାପଣାରେ ଏବେ ମହକି ଉଠୁଛି ଗାଁଠୁ ସହର । ଜୁହାର ଭେଟ ସହ ନାଚଗୀତରେ ମସଗୁଲ ହୋଇଛନ୍ତି ଗଡ଼ଜାତ ଅଞ୍ଚଳବାସୀ ।

Get real time updates directly on you device, subscribe now.