fbpx

Bigg Boss ରେ ନଜର ଆସିପାରନ୍ତି ରାଜ୍ କୁନ୍ଦ୍ରା: କରିବେ କି ନିର୍ଦ୍ଦେଷତା ପ୍ରମାଣ?

ମୁମ୍ବାଇ: ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ଏବଂ ବ୍ୟବସାୟୀ ରାଜ୍ କୁନ୍ଦ୍ରା ବିଗ ବସ୍-୧୬ ରେ ନଜର ଆସିପାରନ୍ତି । ଏକ ରିପୋର୍ଟ ଅନୂଯାୟୀ, ସୋ’ ର ମେକର୍ସ ଏବଂ ରାଜ କୁନ୍ଦ୍ରଙ୍କ ମଧ୍ୟରେ ଏନେଇ କଥାବାର୍ତ୍ତା ହୋଇଛି ।

ସୂଚନାଯୋଗ୍ୟ, ଗତ ବର୍ଷ ଜୁଲାଇରେ ରାଜଙ୍କୁ ପର୍ଣ୍ଣୋଗ୍ରାଫୀ ଭିଡିଓ ମାମଲାରେ ଗିରଫ କରାଯାଇଥିଲା । ଯାହାପରେ ତାଙ୍କୁ ସେପ୍ଟମ୍ବରରେ ବେଲ୍ ମିଳିଥିଲା । ତାଙ୍କୁ ବିରୋଧରେ ଆଇଟି ଆକ୍ଟ ଏବଂ ମହିଳାଙ୍କୁ ଅଶ୍ଲୀଳ ଭାବରେ ପ୍ରଦର୍ଶନ କରିବା ନେଇ ଆଇପିସି ଧାରା ଅନୂଯାୟୀ ଗିରଫ କରାଯାଇଥିଲା । ଆଉ ଏବେ ରାଜ୍ କୁନ୍ଦ୍ର ବିଗ୍ ବସ୍ ରେ କିଛି ସତ କଥା କହିବା ନେଇ ଅନୁମାନ କରାଯାଉଛି ।

ଗତ ବର୍ଷ ରାଜ୍ କୁନ୍ଦ୍ରାଙ୍କ ଶାଳୀ ଶମିତା ସେଟ୍ଟୀ ବିଗ ବସ୍-୧୫ ରେ ଭାଗ ନେଇଥିଲେ ଏବଂ ଟପ୍-୫ ରେ ପହଞ୍ଚିଥିଲେ ।

Get real time updates directly on you device, subscribe now.