fbpx

ସିସି ଟିଭି ବଳୟରେ ରହିବେ ମହାପ୍ରଭୁ, ଲାଗୁଛି କ୍ୟାମେରା

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସୁରକ୍ଷାରେ ରହିବ ଏଆଇ । ଶ୍ରୀମନ୍ଦିରର ୪ ଦ୍ୱାର ସହ ମନ୍ଦିର ଉପରେ ରହିବ ୨୪ ଘଣ୍ଟିଆ ସିସିଟିଭ ନଜର । ଖାଲି ଶ୍ରୀମନ୍ଦିର ନୁହେଁ, ଗୁଣ୍ଡିଚା ମନ୍ଦିର ବି ଜଗିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା । ତେଣୁ ମନ୍ଦିର ଚାରି ପଟେ ଲାଗୁଛି ସିସିଟିଭି । ଆଧୁନିକ ଜ୍ଞାନ କୌଶଳ ଦ୍ୱାରା ମନ୍ଦିରର ସୁରକ୍ଷା ସହ ଭିଡ ନିୟନ୍ତ୍ରଣ, ଭିତର ଶୋଧ, ମୋବାଇଲ ପ୍ରବେଶ, ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ ବୋଲି ଜିଲ୍ଲା ପ୍ରଶାସନର ଆଶା ।

ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ଏହି ପଦକ୍ଷେପ ନିଆଯାଉଛି । କମିଟି ଅନୁଭବ କରିଛି କି, ମନ୍ଦିରର ଭିତର ଓ ବାହାରେ ଭିଡ ନିୟନ୍ତ୍ରଣ, ଚୋରି, କୌଣସି ଅଘଟଣା ବା ସନ୍ଦିଗ୍ଧ କାର୍ଯ୍ୟ ସିସିଟିଭି ଦ୍ୱାରା ଧରାପଡିବ । ଏହା ପୋଲିସକୁ ମନ୍ଦିରରେ ଦର୍ଶନାର୍ଥୀଙ୍କ ଦର୍ଶନ ସୁପରିଚାଳନାରେ ସହାୟକ ହେବ ବୋଲି କମିଟି ଅନୁଭବ କରିବାରୁ ଏମିତି ନିଷ୍ପତ୍ତି ନେଇଛି । ଖାଲି ବାହାର ନୁହେଁ, ଏଆଇ କ୍ୟାମେରା ମନ୍ଦିରର ଗୁମୁଟ, ବାଇଶି ପାହାଚ, କୀର୍ତ୍ତନ ଚକଡା ଓ ଅନ୍ୟ ସ୍ଥାନ ଉପରେ ନଜର ରଖିବ ।

ଶ୍ରୀମନ୍ଦିର ଉପରେ ସିସିଟିଭି କ୍ୟାମେରା ଇନଷ୍ଟଲେସନକୁ ସେବାୟତ ମଧ୍ୟ ସ୍ୱାଗତ କରିଚନ୍ତି । ଏହା ଭିଡକୁ ନିୟନ୍ତ୍ରଣ କରିବ ବୋଲି ସେବାୟତ କହିଛନ୍ତି । ସେବାୟତ ଆହୁରି ଦାବି କରିଛନ୍ତି କି, ଏମିତି ଉନ୍ନତ ଟେକ୍ନୋଲୋଜିର କ୍ୟାମେରା ଲଗାଯାଉ, ଯେମିତି ମନ୍ଦିର ଭିତରେ ମୋବାଇଲ ଚିହ୍ନଟ କରାଯାଇପାରିବ ।

ବର୍ତ୍ତମାନ କ୍ୟାମେରା ଲଗାଯାଉଥିବା ବେଳେ ଖୁବ ଶୀଘ୍ର ସିସିଟିଭି ସର୍ଭେଲାନ୍ସ ଉପରେ ନଜର ରଖିବାକୁ ସବୁ ବିଭାଗର ଅଧିକାରୀଙ୍କୁ ନେଇ ଏକ କଣ୍ଟ୍ରୋଲରୁମ କରାଯିବ । ଅଧିକାରୀ ସିସିଟିଭି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବେ ।

Get real time updates directly on you device, subscribe now.