fbpx

STF ହାତରେ ସନ୍ଦିଗ୍ଧ ଆତଙ୍କବାଦୀ ବୁଖାରୀର CDR; +2 ଫେଲ୍‌ ହୋଇ ବି ୬ଟି ଭାଷାରେ ଥିଲା ପାରଙ୍ଗମ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) STF ହାତରେ ସନ୍ଦିଗ୍ଧ ଆତଙ୍କବାଦୀ ବୁଖାରୀର CDR।  ଏକାଧିକ ଲୋକଙ୍କ ସହ ହ୍ବାଟ୍ସ ଆପ୍‌ରେ ଚାଟ୍‌ କରୁଥିଲା ବୁଖାରୀ । ଡିଲିଟ୍‌ ହୋଇଥିବା ଭଏସ୍‌ ମେସେଜ ରିକଭରି ହୋଇଛି । ୯ଟି ବ୍ୟାଙ୍କ ଆକାଉଣ୍ଟରେ ହୋଇଛି ଟଙ୍କା କାରବାର । ବୁଖାରୀ +2 ଫେଲ୍‌ ହୋଇଥିଲେ ବି ୬ଟି ଭାଷାରେ ଥିଲାପାରଙ୍ଗମ । ବୁଖାରୀକୁ ଖୁବଶୀଘ୍ର କାଶ୍ମୀର ପୋଲିସ କରିବ ଜେରା। ବୁଖାରୀ ନିକଟରୁ ଅନେକ ନକଲି ବିଦେଶୀ କାଗଜପତ୍ର ଜବତ କରାଯାଇଛି ।

କେବେ ନିଜକୁ ଡାକ୍ତର ତ’ କେବେ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟଳୟର ଅଧିକାରୀ ବୋଲି ବୁଖାରୀ ନିଜର ପରିଚୟ ଦେଉଥିଲା। ତେବେ ଅଭିଯୁକ୍ତଙ୍କର ୬ ରୁ ୭ ଜଣ ସ୍ତ୍ରୀ ରହିଛନ୍ତି । ସେ କାଶ୍ମୀର, ୟୁପି, ମହାରାଷ୍ଟ୍ର ସମେତ ଓଡ଼ିଶାରେ ମଧ୍ୟ ବିବାହ କରିଥିବା ଜଣାପଡ଼ିଥିଲା । ଏସବୁର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ବିଭାଗ ତାଙ୍କର ଯାଜପୁର ସ୍ଥିତ ଘରେ ଚଢ଼ାଉ କରିଥିଲା । ବୁଖାରୀ ଗିରଫ ହେବା ପରେ ପ୍ରାରମ୍ଭିକ ତଦନ୍ତରୁ ଅନେକ କିଛି ତଥ୍ୟ ମିଳିପାରିଥିଲା ।

Get real time updates directly on you device, subscribe now.