fbpx

ତାଲିବାନ୍ କବଜାରେ କାବୁଲ ଏୟାରପୋର୍ଟ, ଗୁଳି ଫୁଟାଇ ଏପରି କଲେ ସେଲିବ୍ରେସନ । ଦେଖନ୍ତୁ ଭିଡିଓ

କାବୁଲ: ୧୯ ବର୍ଷ ୧୦ ମାସ ୨୫ ଦିନ ପରେ ଆମେରିକା ଶେଷରେ ଆଫଗାନିସ୍ତାନ ଛାଡିଛି । ପୂର୍ବ ନିଷ୍ପତ୍ତି ଅନୁସାରେ ଆଫଗାନିସ୍ତାନ ଛାଡିଛନ୍ତି ସବୁ ଆମେରିକୀୟ ସେନା । ସୋମବାର ବିଳମ୍ବିତ ରାତିରେ ଯେତେବେଳେ ଆମେରିକାର ଶେଷ ବିମାନ କାବୁଲ ଛାଡିଥିଲା, ସେବେ ତାଲିବାନର ଯୁବକ ଗୁଳି ଫୁଟାଇ ଏହାର ସେଲିବ୍ରେସନ କରିଥିଲେ । ଆକାଶକୁ ବ୍ଲାଙ୍କ ଫାୟାରିଂ କରି ସେଲିବ୍ରେସନ କରିଥିଲେ ତାଲିବାନ୍ ଗୋଷ୍ଠୀ । ଆମେରିକା ସେନା ଏୟାରପୋର୍ଟ ଛାଡିବା ମାତ୍ରେ ତାଲିବାନ୍ ବ୍ଲାଙ୍କ ଫାୟାରିଂ କରି ଉତ୍ସବ ପରି ଏହାକୁ ପାଳିଥିଲେ ।

ତେବେ ଆମେରିକା ସେନା କାବୁଲ ଛାଡିବା ପରେ ଏବେ କାବୁଲ ଏୟାରପୋର୍ଟ ସମ୍ପୂର୍ଣ୍ଣ ଭାବେ ତାଲିବାନ୍ କବଜାକୁ ଆସିଯାଇଛି । ଅର୍ଥାତ୍ ଏବେ କୌଣସି ବି ଦେଶକୁ ଯିବାକୁ ପଡ଼େ, ତାହେଲେ ତାଲିବାନଙ୍କ ଅନୁମତି ନେବାକୁ ପଡିବ । ତାଲିବାନ ବର୍ତ୍ତମାନ ଆଫଗାନିସ୍ତାନ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିଛି।

Get real time updates directly on you device, subscribe now.