fbpx

ବର ବେଶରେ ନଜର ଆସିଲେ ଅନନ୍ତ ଅମ୍ବାନୀ, ବରଯାତ୍ରୀ ନେଇ ବିବାହ ମଣ୍ଡପରେ ପହଞ୍ଚିଲେ ଅମ୍ବାନୀ ପରିବାର

ମୁମ୍ବାଇ: ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ନିଜ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପାଇଁ ସଜବାଜ ହୋଇ ପରିବାର ସହ ୱେଡିଙ୍ଗ ଭେନ୍ୟୁରେ ପହଞ୍ଚିଛନ୍ତି । ଯେଉଁଠାରେ ବରଯାତ୍ରୀଙ୍କ ପ୍ରଥମ ଝଲକ ସାମ୍ନାକୁ ଆସିସାରିଛି । ଏହି ଫଟୋରେ ପୁଣିଥରେ ଅମ୍ବାନୀଙ୍କ ଫ୍ୟାମିଲିର ରୟାଲ ଲୁକ ଦେଖିବାକୁ ମିଳିଛି ।

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ମୁମ୍ବାଇର ଜିଓ ୱାର୍ଲଡ ସେଣ୍ଟରରେ ଆଜି ସାତଫେରା ନେବାକୁ ଯାଉଛନ୍ତି । ଏଥିପାଇଁ ବର ବର୍ତ୍ତମାନ ଭେନ୍ୟୁରେ ପହଁଚିସାରିଛନ୍ତି ।

ଅନନ୍ତ ଅମ୍ବାନୀ ନିଜ ପରିବାର ସହ ଜିଓ ୱାର୍ଲଡ ସେଣ୍ଟରରେ ପହଁଚିସାରିଛନ୍ତି । ଯେଉଁଠାରେ ସମସ୍ତେ ଭିତରକୁ ଯିବା ପୂର୍ବରୁ ଫଟୋ ପାଇଁ ଅନେକ ସାରା ପୋଜ ଦେଇଛନ୍ତି ।

ଏହି ଛବିରେ ରାଧିକା ମର୍ଚାଣ୍ଟଙ୍କ ହେବାକୁ ଥିବା ବର ଗୋଲଡେନ ରଙ୍ଗର ହାଇନେକର ଶେରୱାନୀ ପିନ୍ଧିଛନ୍ତି । ସେହିପରି ମୁକେଶ ଅମ୍ବାନୀ ଫିଙ୍କ ରଙ୍ଗର ସେରୱାନୀ ପିନ୍ଧିଛନ୍ତି । ନୀତା ଅ,୍‌ବାନୀ ନିଜ ପୁଅ ସହ ମ୍ୟାଚିଙ୍ଗ କରି ଗୋଲ୍ଡନ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି ।

Get real time updates directly on you device, subscribe now.