fbpx

୨୦୨୨ରେ ବିଦାୟ:ଆସନ୍ତୁ ଜାଣିବା କିଛି ପ୍ରସିଦ୍ଧ ଚେହେରା ଏବଂ ଉଲ୍ଲେଖନୀୟ ବ୍ୟକ୍ତିବିଶେଷ, ଯେଉଁମାନଙ୍କୁ ଆମେ ଏହି ବର୍ଷ ବିଦାୟ ଦେଇଥିଲୁ

ନୂଆଦିଲ୍ଲୀ:ବିଦାୟ ନେଉଛି ୨୦୨୨ ବର୍ଷ । ତେବେ ଚଳିତବର୍ଷରେ ଏଭଳି ଅନେକ ଘଟଣା ଘଟିଛି ଯାହା ଦିନ ଗଲେ ମଧ୍ୟ ଚିହ୍ନ ହୋଇ ରହିଯାଇଛି । କୁହନ୍ତି ଭଲ ଆଉ ମନ୍ଦ ଏହା ହେଉଛି ମୁଦ୍ରାର ଦୁଇ ପାଶ୍ୱ ସଦୃଶ । ଠିକ ସେହିଭଳି ୨୦୨୨ ମଧ୍ୟ ମିଶ୍ରିତ ଫଳ ପ୍ରଦାନ କରିଛି । ବଲିଉଡ ଜଗତ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ବହୁ ପରିବର୍ତ୍ତନ ହୋଇଛି । ଏହି ବର୍ଷ ଅଭିନେତାଙ୍କ ଠାରୁ ଆରମ୍ଭ କରି ଗାୟକ ଅନେକ ବିଶିଷ୍ଟ ଲୋକମାନେ ଆମକୁ ସବୁଦିନ ପାଇଁ ଛାଡି ଚାଲି ଯାଇଛନ୍ତି । ଏହି ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏଭଳି ଅନେକଘଟଣା ଆମ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ତେବେ ଆସନ୍ତୁ ନଜର ପକାଇବା ଏହି ବର୍ଷର କିଛି ଦୁଃଖଦ ଘଟଣା ଉପରେ

ଲତା ମଙ୍ଗେସକର୍: ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକର୍ ଙ୍କୁ କିଏ ଅବା ନ ଜାଣେ । ୯୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଥିଲା । ମୃତ୍ୟୁ ପୂର୍ବରୁ ମୁମ୍ବାଇର ବ୍ରିଚ୍ କ୍ୟା୍ଡି ହସ୍ପିଟାଲରେ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହୋଇଆସୁଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟର୍ ରେ ରଖାଯାଇଥିଲା । ପ୍ରାୟ ୨୯ ଦିନ ଧରି ତାଙ୍କୁ ଭେଣ୍ଟିଲେଟର୍ ରେ ରହିବା ପରେ ଶେଷରେ ଫେବୃଆରୀ ୬ ତାରିଖରେ ମୃତ୍ୟ ବରଣ କରିଥିଲେ। ଲତାଙ୍କ ପ୍ରକୃତ ନାମ ହେଉଛି କୁମାରୀ ଲତା ଦୀନନାଥ ମଙ୍ଗେସକର । ଲତା ଜି ପଦ୍ମ ଭୁଷଣ, ପଦ୍ମ ବିଭୁଷଣ ଓ ଦାଦା ସାହେବ ଫାଲକେ ଆୱାର୍ଡ ଦ୍ୱାରା ପୁରସ୍କୃତ ହୋଇଥିଲେ ।

ନିଜର ୭୦ ବର୍ଷର କ୍ୟାରିୟର ମଧ୍ୟରେ ଲତା ସଙ୍ଗୀତ ଜଗତକୁ ଯାହା ଦେଇ ଯାଇଛନ୍ତି ତାହାକୁ ଶବ୍ଦରେ ପରିପ୍ରକାଶ କରିବା ଅସମ୍ଭବ । ଆଜି ବି ତାଙ୍କର ସେଇ ସଙ୍ଗୀତ ଶୁଣିଲେ ମନରେ ଦେଶପ୍ରେମର ଭାବନା ତତକ୍ଷଣାତ ଜାଗ୍ରତ ହୋଇଉଠେ । ଭାରତୀୟ ସିନେ ଜଗତର ଏପରି ୨୦ଟି ଗୀତ ପାଇଁ ଲତା ଯୁଗ ଯୁଗ ଧରି ଅମର ହୋଇ ରହିବେ । ସେହି ଚିର ସବୁଜ ଗୀତଗୁଡ଼ିକ ହେଉଛି: ୧- ଲଗ ଜା ଗଲେ, ୨- ମେରା ସାୟା ସାଥ ହୋଗା, ୩- ୟେ ମେରେ ୱତନ କେ ଲୋଗୋଁ, ୪- ୟାରା ସିଲୀ ସିଲୀ, ୫- ଶୀଶା ହୋ ୟା ଦିଲ ହୋ, ୬- ଜାନେଁ କ୍ୟୋଁ ଲୋଗ ମହବତ, ୭- ଦିଲ ତୋ ପାଗଲ ହେ, ୮- ଦୋ ପଲ ରୂକା ଖ୍ୱାବୋଁ କା କାରୱାଁ, ୯- ବାହୋଁ ମେଁ ଚଲେ ଆୟୋ, ୧୦- ଜାନେ କ୍ୟା ବାତ ହୈ, ୧୧- ଇସ ମୋଡ଼ ସେ ଜାତେ ହୈଁ, ୧୨- ପରସେସିଆ ୟେ ସଚ ହୈ ପିୟା, ୧୩- କଭୀ ଖୁଶୀ କଭୀ ଗମ, ୧୪- ମେଁ ତୋ କବସେ ଖଡ଼ୀ ଉସ ପାର, ୧୫- ମେରୀ ଆୱାଜ ହୀ ପହଚାନ ହୈ, ୧୬- ଦିଦି ତେରା ଦେବର ଦିବାନା, ୧୭- ପିୟା ବିନା ପିୟା ବିନା, ୧୮- ଲୁକା ଛୁପୀ ବହୁତ ହୁଈ, ୧୯- ମେଁ ଚଲୀ ମେଁ ଚଲୀ, ୨୦- ତୁମ ହୀ ମେରା ମନ୍ଦିର ।

ସନ୍ଧ୍ୟା ମୁଖାର୍ଜୀ :୯୦ ବର୍ଷ ବୟସରେ ସେ ଇହଲୀଳା ତ୍ୟାଗ କରିଥିଲେ ବଙ୍ଗୀୟ ଗାୟିକା ସନ୍ଧ୍ୟା ମୁଖାର୍ଜୀ । ବହୁ ଦିନରୁ ସ୍ୱାସ୍ଥ୍ୟଗତ ସମସ୍ୟା ସହ ଲଢେଇ କରୁଥିଲେ ସନ୍ଧ୍ୟା ହୃଦଘାତର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ ।
ତେବେ ସେ ପଦ୍ମଶ୍ରୀ ପୁରସ୍କାରକୁ ଫେରାଇ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ । ୯୦ ବର୍ଷ ବୟସରେ ଜଣେ ଗାୟିକାଙ୍କୁ ଏପରି ସମ୍ମାନ ଜଣାଇବା ଅତି ନିନ୍ଦନୀୟ ବୋଲି ଅନୁଭବ କରି ସେ ଗଣତନ୍ତ୍ର ଦିବସରେ ଏହି ପୁରସ୍କାରକୁ ଫେରାଇ ଦେଇଥିଲେ ।

ବାପି ଲାହିରି: ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି ମୁମ୍ବାଇସ୍ଥିତ ବାସଭବନରେ ମୃତ୍ୟବରଣ କରିଥିଲେ। ୬୯ ବର୍ଷ ବୟସରେ ବାପିଙ୍କର ମୃତ୍ୟୁ ଘଟିଥିଲା । ବାପି ଏକାଧିକ ରୋଗରେ ପୀଡ଼ିତ ରହିବା ସହ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା ।
ବାପି ହିନ୍ଦି, ବଙ୍ଗାଳି, ତାମିଲ, ତେଲୁଗୁ ଓ କନ୍ନଡ଼ ଆଦି ଭାଷାରେ ଗୀତ ଗାଇଛନ୍ତି । ତାଙ୍କର ପ୍ରକୃତ ନାମ ହେଉଛି ଅଲୋକେଶ ଲହରି, ମାତ୍ର ଇଣ୍ଡଷ୍ଟ୍ରିରେ ତାଙ୍କୁ ବାପି ଲାହିରି ନାମରେ ସମସ୍ତେ ଜାଣନ୍ତି । ସେ ଏକାଧାରରେ ଜଣେ ସିଙ୍ଗର, କମ୍ପୋଜର, ରାଜନେତା, ରେକର୍ଡ ପ୍ରଡ୍ୟୁସର ଅଟନ୍ତି । ସେ ଭାରତୀୟ ମ୍ୟୁଜିକକୁ ଡିସ୍କୋ ମ୍ୟୁଜିକକୁ ଏକ ଅଲଗା ଷ୍ଟାଇଲରେ ନେଇ ଆସିଥିଲେ । ସେ ଡିସ୍କୋ ଡ୍ୟାନ୍ସର, ବାରଦାତ, ନମକ ହଲାଲ, ଶରାବୀ, କମାଣ୍ଡୋ ଫରି ଫିଲ୍ମରେ ହିଟ୍ ଟ୍ରାକ୍ ଦେଇ ଫେମସ୍ ହୋଇଥିଲେ ।

ସିଦ୍ଧୁ ମୁସେୱାଲା : ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ମଧ୍ୟ ମେ ୨୯ ଗୁଳି ମାରି ହତ୍ୟା କରାଯାଇଛି । ମନସାର ଜବାହରକେ ଗ୍ରାମ ନିକଟରେ ତାଙ୍କ ଉପରୁ ଫାୟାରିଂ କରାଯାଇଥିଲା । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ମେଡିକାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଜଣାପଡ଼ିଛି ଯେ, ମୁସେୱାଲାଙ୍କୁ ଗ୍ୟାଙ୍ଗଷ୍ଟରଙ୍କଠାରୁ ଧମକ ମିଳିଥିଲା । ଏହାପରେ ମଧ୍ୟ ଆମ୍ ଆଦମୀ ପାର୍ଟି (ଆପ) ସରକାର ଆଇନ ବ୍ୟବସ୍ଥାରେ ପରିବର୍ତ୍ତନ କରି ରାଜ୍ୟର ଅନେକ ଭିଆଇପିଙ୍କ ସୁରକ୍ଷା ହଟାଇ ନେଇଥିଲେ । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ମୁସେୱାଲା କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିଲେ । ମୁସେୱାଲା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆପର ବିଜୟ ସିଙ୍ଗଲାଙ୍କଠାରୁ ପରାସ୍ତ ହୋଇଥିଲେ । ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ । ନିଜର କଲେଜ ଜୀବନରୁ ସେ ମ୍ୟୁଜିକ ଶିକ୍ଷା ଗ୍ରହର କରିଥିଲେ ଓ କାନାଡ଼ା ଚାଲିଯାଇଥିଲେ ।

କ୍ରିଷ୍ଣାକୁମାର କୁନଠ : ଦେଶର ଲୋକପ୍ରିୟ ଗାୟକ କେକେ ଓରଫ୍ କ୍ରିଷ୍ଣାକୁମାର କୁନଠଙ୍କର କଲିକତାରେ ଏକ ଷ୍ଟେଜରେ ଗୀତ ଗାଉଥିବା ବେଳେ ଅଚାନକ୍ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା ଓ ତଳେ ପଡ଼ିଯାଇଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମାତ୍ର ୫୩ ବର୍ଷ ବୟସରେ କେକେ ଦୁନିଆକୁ ଅଲବିଦା କହି ଚାଲିଗଲେ ।
କେକେଙ୍କୁ ହାର୍ଟ ଆଟାକ୍ ଆସିବାରୁ କେକେଙ୍କ ମୃତ୍ୟୁ ହୋଇଥିଲା । ଜୁନ ୧ରେ ସେ ଆମସମସ୍ତଙ୍କ ଠାରୁ ବିଦାୟ ନେଇଥିଲେ । କେକେ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ହିଟ୍ ଗୀତ ଭେଟି ଦେଇଛନ୍ତି । ତାଙ୍କ ସୁପରହିଟ ଗୀତ ମଧ୍ୟରେ ଦିଲ ଇବାଦତ, ଆଖୋ ମେ ତେରୀ, ତୁନେ ମାରି ଏଣ୍ଟ୍ରି, ଜରା ସି ଦିଲ ମେ, ଖୁଦା ଜାନେ କି ମେ ଫିଦା ଆଦି ରହିଛି । ଆଜି ତାଙ୍କର ଏଭଳି ଅଚାନକ ମୃତ୍ୟୁରେ ଫ୍ୟାନମାନେ ସ୍ତବ୍ଧ ହୋଇଯାଇଛନ୍ତି ।

ରାଜୁ ଶ୍ରୀବାସ୍ତବ: ବର୍ଷ ବର୍ଷ ଧରି ରାଜୁ ନିଜର କମେଡି ଦ୍ୱାରା ଲୋକମାନଙ୍କୁ ହସାଇ ଆସୁଥିବା କମେଡିଆନ କିଙ୍ଗ ରାଜୁ ଶ୍ରୀବାସ୍ତବଙ୍କ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ୫୮ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ପୂର୍ବରୁ ସେ ଦୀର୍ଘ ୪୨ ଦିନ ଧରି ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସାଥିନ ଥିଲେ ।
ଷ୍ଟାଣ୍ଡ ଅପ୍ କମେଡିଆନ୍ ଭାବେ ବେଶ ପରିଚିତ ଥିଲେ ରାଜୁ ଶ୍ରୀବାସ୍ତବ । ତେବେ ଅଗଷ୍ଟ ମାସ ୧୦ ତାରିଖରେ ରାଜୁ ଜିମରେ ବ୍ୟାୟାମ କରୁଥିବା ବେଳେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା । ଫଳରେ ତାଙ୍କୁ ତୁରନ୍ତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । ଯାହାଫଳରେ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା । ତେବେ ରାଜୁଙ୍କ ଦେହାନ୍ତ ପରେ ବଲିଉଡ୍ ଜଗତ ସମେତ ସାରା ଦେଶରେ ଶୋକର ଛାୟା ଖେଳିଯାଇଥିଲା ।

ତେବେ ଉତ୍ତରପ୍ରଦେଶରେ ଜନ୍ମ ହୋଇଥିବା ରାଜୁଙ୍କୁ କମେଡିର ବାଦଶାହା କୁହାଯାଏ । ସେ ଅନେକ ଫିଲ୍ମ ଏବଂ ଟିଭି ଶୋ’ରେ କାମ କରିଛନ୍ତି । ବର୍ଷ ବର୍ଷ ଧରି ରାଜୁ ନିଜର କମେଡି ଦ୍ୱାରା ଲୋକମାନଙ୍କୁ ହସାଇ ଆସୁଛନ୍ତି । ସେ ପିଲାବେଳୁ ହିଁ କମେଡିଆନ ହେବାକୁ ଚାହୁଁଥିଲେ ଏବଂ ନିଜର ଏହି ସ୍ୱପ୍ନକୁ ପୂରା ମଧ୍ୟ କରିଥିଲେ । ରାଜୁ ଶ୍ରୀବାସ୍ତବ ଷ୍ଟେଜ୍ ଶୋ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

ସିଦ୍ଧାନ୍ତ ସୂର୍ଯ୍ୟବଂଶୀ : ଟିଭି ଜଗତର ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ଦେହାନ୍ତ ହୋଇଛି । ଖବର ଅନୁଯାୟୀ, ୱାର୍କ ଆଉଟ୍ କରିବା ସମୟରେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା । ଇଣ୍ଡିଆ ଫୋରମର ଏକ ରିପୋର୍ଟ ଅନୁଯାୟୀ, ନଭେମ୍ବର ୧୧ ଜିମରେ ୱାର୍କଆଉଟ୍ କରୁଥିବାବେଳେ ଅଭିନେତା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଆଉ ମୃତ୍ୟୁବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା । ଜିମରେ ବ୍ୟାୟାମ କରୁଥିବା ସମୟରେ ସେ ହଠାତ୍ ପଡିଯାଇଥିଲେ । ଆଉ ଅଭିନେତାଙ୍କୁ ଡାକ୍ତରଖାନାରେ ତୁରନ୍ତ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ସିଦ୍ଧାନ୍ତ ସୂର୍ଯ୍ୟବଂଶୀ ଟିଭିର ଜଣେ ଲୋକପ୍ରିୟ ଅଭିନେତା ହୋଇଥିବାବେଳେ ଏବେ ତାଙ୍କୁ ‘ଦଙ୍ଗଲ ଚ୍ୟାନେଲ’ର ସୋ’ କଣ୍ଟ୍ରୋଲ ରୁମ’ରେ ଦେଖିବାକୁ ମିଳୁଥିଲା । ଏହାପୂର୍ବରୁ ଅଭିନେତା ଅନେକ ହିଟ୍ ସୋ’ରେ କାମ କରିଥିଲେ । ‘କୁସୁମ୍’, ‘ରିସ୍ତୋ ମେଁ କଟ୍ଟି ବଟ୍ଟି’, ‘ମମତା’, ‘ଜିଦ୍ଦି ଦିଲ୍’ ଭଳି ଅନେକ ଶୋ’ରେ ସିଦ୍ଧାନ୍ତ ନଜର ଆସିଥିଲେ । ସିଦ୍ଧାନ୍ତ ସୂର୍ଯ୍ୟବଂଶୀ ‘ସୁଫିଆନା ଇଶ୍କ୍ ମେରା’ ଭଳି ଟେଲି ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।

 

Get real time updates directly on you device, subscribe now.