fbpx

ଉତ୍ପାଦ ଶୁଳ୍କ ହ୍ରାସ କଲା କେନ୍ଦ୍ର: ପେଟ୍ରୋଲ ୫, ଡିଜେଲ୍‌ ୧୦ ଟଙ୍କା କମିବ

ନୂଆଦିଲ୍ଲୀ: ଦୀପାବଳି ଭେଟି ସ୍ୱରୂଜନସାଧାରଣଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ତୈଳ ଦର ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କ ହ୍ରାସ କରିଥିବାରୁ ପେଟ୍ରୋଲ ଓ ଡିଜେଲ ଦାମ ହ୍ରାସ ପାଇବାକୁ ଯାଉଛି । ପେଟ୍ରୋଲର ଲିଟର ପିଛା ଦର ୫ ଟଙ୍କା ଓ ଡିଜେଲ ଦର ୧୦ ଟଙ୍କା ହ୍ରାସ ପାଇବ । ଦୀପାବଳି ଅର୍ଥାତ ଗୁରୁବାର ଠାରୁ ଏହି ପରିବର୍ତ୍ତିତ ଦର ଲାଗୁ ହେବ ବୋଲି କୁହାଯାଉଛି । କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କକୁ ଲିଟର ପିଛା ୫ ଟଙ୍କା ଓ ଡିଜେଲ ଉପରେ ଲାଗୁଥିବା ଉତ୍ପାଦନ ଶୁଳ୍କକୁ ୧୦ ଟଙ୍କା ଲେଖାଏ ହ୍ରାସ କରିଛନ୍ତି ।

କେନ୍ଦ୍ର ସରକାର ପେଟ୍ରୋଲ ତୁଳନାରେ ଡିଜେଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କକୁ ପ୍ରାୟ ଦୁଇ ଗୁଣା ହ୍ରାସ କରିଛନ୍ତି । ରବି ଫସଲ ସମୟରେ ଚାଷୀଙ୍କ ପାଇଁ ଏହା ବୁଷ୍ଟର ଡୋଜ୍‌ ଭାବେ କାମ କରିବ ବୋଲି କେନ୍ଦ୍ର ସରକାର ଆଶା କରିଛନ୍ତି । ସେହିରି କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ଲାଗୁ କରୁଥିବା ଭାଟ୍‌କୁ କମ୍‌ କରିବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରମାନେ ଭା୍‌ଟ ହ୍ରାସ କଲେ ତୈଳଦର ଆହୁରି କମିବା ସମ୍ଭାବନା ରହିଛି । ଗତବର୍ଷ ପେଟ୍ରୋଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କକୁ କେନ୍ଦ୍ର ସରକାର ୧୯.୯୮ ଟଙ୍କାରୁ ବଢ଼ାଇ ୩୨.୯ ଟଙ୍କାରେ ପହଞ୍ଚାଇଥିଲେ ।

Get real time updates directly on you device, subscribe now.