fbpx

ଲାଗୁ ହେବ ପୁରୁଣା ପନେସନ! OPSକୁ ନେଇ ବଡ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପୁରୁଣା ପେନସନ ଯୋଜନାକୁ ନେଇ ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଦୀର୍ଘ ଦିନର ଅପେକ୍ଷା ପରେ କର୍ମଚାରୀମାନଙ୍କୁ ପୁରୁଣା ପେନସନ ଯୋଜନା ପ୍ରଦାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଆପଣ ପୁରୁଣା ପେନସନ ଯୋଜନାର ବିକଳ୍ପ ଚୟନ କରିପାରିବେ । ତେବେ ନୂଆ ନିଷ୍ପତ୍ତି ଅନୁସାରେ କେଉଁ କର୍ମଚାରୀଙ୍କୁ ମିଳିବ ଏହି ପେନସନ ସେ ନେଇ ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

ପୁରୁଣା ପେନସନ ଯୋଜନାରେ ହୋଇଥିବା ନୂଆ ଅପଡେଟ ଅନୁଯାୟୀ, ୨୦୦୩ ଡିସେମ୍ବର ୨୨ ତାରିଖ ପୂର୍ବରୁ ନିଯୁକ୍ତି ପାଇଥିବା ସମସ୍ତ କର୍ମଚାରୀ ପୁରୁଣା ପେନସନ ଯୋଜନାର ଫାଇଦା ଉଠାଇପାରିବେ । ଏହାବ୍ୟତୀତ ଅନ୍ୟମାନେ ପୁରୁଣା ପେନସନ ଯୋଜନାରୁ ବଞ୍ଚିତ ହେବେ ବୋଲି ଘେଶଷଣା ହୋଇଛି । ସେମାନେ ନୂଆ ପେନସନ ଯୋଜନାର ଅନ୍ତର୍ଭୁକ୍ତ କରାଯିବ । ତେବେ ସରକାରୀ କର୍ମଚାରୀ ପୁରୁଣା ପେନସନ ଯୋଜନାକୁ ଚୟନ କରିପାରିବେ । ଏଥିପାଇଁ କର୍ମଚାରାୀମାନଙ୍କୁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ତେବେ ଏହି ଅବଧି ଭିତରେ ଯଦି କେହି ସରକାରୀ କର୍ମଚାରୀ ପୁରୁଣା ପେନସନ ଯୋଜନାକୁ ଚୟନ ନ କରନ୍ତି ସେମାନଙ୍କୁ ନୂତନ ପେନସନ ଯୋଜାନରେ ସାମିଲ କରାଯିବ ।

ତେବେ ପୁରୁଣା ପେନସନ ଯୋଜନାକୁ ଚୟନ କରିବା ମାତ୍ରେ ଏହା ହିଁ ତାଙ୍କର ଶେଷ ବିକଳ୍ପ ଭାବରେ ବିବେଚିତ ହେବ । ଏହାପରେ ସେହି କର୍ମଚାରୀମାନେ ଆଗକୁ ନୂତନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ନାହିଁ । ଶେଷ ସାଲାରୀର ଅଧାରରେ ପ୍ରସ୍ତୁତ ହୋଇଥାଏ ଏହି ପୁରୁଣା ପେନସନ । ଏହାବ୍ୟତୀତ ଏଥିରେ ମୁଦ୍ରାସ୍ପିତୀ ଦରବୃଦ୍ଧି ହେବା ସହିତ ଡିଏରେ ମଧ୍ୟ ବୃଦ୍ଧି ହୋଇଥାଏ ।

Get real time updates directly on you device, subscribe now.