ନୂଆଦିଲ୍ଲୀ, ୭ା୧୨: ଆସନ୍ତା କାଲି କୃଷି ଆଇନକୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ କୃଷି ସଙ୍ଗଠନ ତରଫରୁ ଏହି ଡାକରା ଦିଆଯାଇଛି । ଏହା କୁ ଦୃଷ୍ଟି ରେ ରଖି କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ ପରାମର୍ଶ ଦେଇଛନ୍ତି ।ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହ ୩ଟି ଦିଗ ଉପରେ ଗୁରୁତ୍ୱ ଦେବାକୁ କେନ୍ଦ୍ରର ନିର୍ଦ୍ଦେଶ ।
ଭାରତ ବନ୍ଦରେ କୋଭିଡ୍ ନିୟମ କଡ଼ାକଡ଼ି ଲାଗୁ ହେବ। ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବେ ସବୁରାଜ୍ୟ । ଯେକୌଣସି ସ୍ଥିତିରେ ବି ଶାନ୍ତି ବଜାୟ ରଖିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ।