fbpx
BSKY
BJD YOUTH SKY
BJD MS SKY

ରାଜ୍ୟର ୩ଟି ଜିଲ୍ଲାରେ ଏକୀକୃତ ଆୟୁଷ ଡାକ୍ତରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ: କେନ୍ଦ୍ର ଆୟୁଷ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ୩ଟି ଜିଲ୍ଲାରେ ଏକୀକୃତ ଆୟୁଷ ଡାକ୍ତରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ଓଡ଼ିଶାର ଢ଼େଙ୍କାନାଳ, ବ୍ରହ୍ମପୁର ଏବଂ ବାଲେଶ୍ୱର ଜିଲ୍ଲାରେ ୩ଟି ଏକୀକୃତ ଆୟୁଷ ଡାକ୍ତରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଅନୁମୋଦନ ଦେଇଥିବା ଆଜି ଲୋକସଭାରେ କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି ।

ଗୋଟିଏ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ବିଶେଷକରି ଗ୍ରାମାଞ୍ଚଳରେ ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ ଆୟୁଷ ହସ୍ପିଟାଲ ଗୁଡ଼ିକୁ ସ୍ଥାପନ କରାଯାଉଛି । ଜାତୀୟ ଆୟୁଷ ମିଶନ ଅଧୀନରେ ଏଥିପାଇଁ ୧୦, ୩୦ ତଥା ୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡ଼ିକୁ ସହାୟତା ପ୍ରଦାନ କରାଯାଉଛି ।

Get real time updates directly on you device, subscribe now.