fbpx

କରୋନା ମୁକାବିଲା ପାଇଁ ଗୋଟିଏ ଦିନର ଦରମା ଦେଲେ କେନ୍ଦ୍ର ସରକାରଙ୍କ କର୍ମଚାରୀ

ନୂଆଦିଲ୍ଲୀ,୧୭ ।୪: କରୋନା ଭାଇରସ୍ ବିରୋଧରେ ଲଢିବା ପାଇଁ ଏହି ସମୟରେ ଏକଜୁଟ ହୋଇଛି ଦେଶ । ଏଥିପାଇଁ ସବୁ ସ୍ତର ଓ ସବୁ ବର୍ଗର ଲୋକମାନେ ନିଜର ଯୋଗଦାନ ଦେଉଛନ୍ତି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆବେଦନ ପରେ କରୋନା ଯୁଦ୍ଧ ପାଇଁ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ସଙ୍ଗଠନ ସେମାନଙ୍କର ଗୋଟିଏ ଦିନର ଦରମା ପ୍ରଦାନ କରିଛନ୍ତି । ତେବେ ସରକାରୀ ବିଭାଗ ଦ୍ୱାରା ଦିଆଯାଇଥିବା ବେତନ ପରେ ପ୍ରଧାନମନ୍ତ୍ରୀ କେୟର୍ସ ପାଣ୍ଠିରେ ୩୯୦୦ କୋଟିରୁ ଅଧିକ ଟଙ୍କା ଜମା ହୋଇଛି ।

Get real time updates directly on you device, subscribe now.