ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପାକିସ୍ତାନୀ ପତାକା ବିକ୍ରି କରୁଥିବା ଇ-କମର୍ସ ସାଇଟଗୁଡ଼ିକୁ ନୋଟିସ ଜାରି

ନୂଆଦିଲ୍ଲୀ,୧୪ା୫: ପାକିସ୍ତାନୀ ଜାତୀୟ ପତାକା ଏବଂ ସମ୍ପର୍କିତ ସାମଗ୍ରୀ ବିକ୍ରୟ ଉପରେ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) Amazon India, Flipkart, Ubuy India, Etsy, The Flag Company ଏବଂ The Flag Corporation ସମେତ ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମଗୁଡ଼ିକୁ ନୋଟିସ୍ ଜାରି କରିଛି।

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ ବୁଧବାର କହିଛନ୍ତି, ଏହି ପ୍ଲାଟଫର୍ମଗୁଡ଼ିକୁ ତୁରନ୍ତ ଏପରି ତାଲିକା ଡିଲିଟ୍ କରିବାକୁ ନିଦେ୍ର୍ଦଶ ଦିଆଯାଇଛି , ବିକ୍ରୟକୁ “ଅସମ୍ବେଦନଶୀଳ” ଏବଂ ଜାତୀୟ ଭାବନାର ଉଲ୍ଲଂଘନ ବୋଲି କହି ଏପରି ସମ୍ବେଦନଶୀଳତାକୁ ବରଦାସ୍ତ କରାଯିବ ନାହିଁ,’ ଯୋଶୀ ସୋସିଆଲ ମିଡିଆ ‘X’ରେ ଏକ ପୋଷ୍ଟରେ ଲେଖିଛନ୍ତି।

କେନ୍ଦ୍ରମନ୍ତ୍ରୀ ଯୋଶୀ କହିଛନ୍ତି, ସମସ୍ତ ଅନଲାଇନ୍ ଖୁଚୁରା ବ୍ୟବସାୟୀଙ୍କୁ ବ୍ୟବସାୟ କରିବା ସମୟରେ ଭାରତୀୟ ଆଇନ ପାଳନ କରିବାକୁ ସରକାର ଚେତାବନୀ ଦେଇଛନ୍ତି।

ରିପୋର୍ଟ ଅନୁଯାୟୀ, ପତାକା ସାମଗ୍ରୀରେ ପାକିସ୍ତାନର ଜାତୀୟ ପ୍ରତୀକ ବହନ କରୁଥିବା ପତାକା ଏବଂ ଆସେସୋରିଜ୍ ଅନ୍ତର୍ଭୁକ୍ତ ଥିଲା, ଯାହା ଏହି ପ୍ଲାଟଫର୍ମଗୁଡ଼ିକରେ କ୍ରୟ ପାଇଁ ଉପଲବ୍ଧ ଥିଲା।

୨୨ ଏପ୍ରିଲ୍ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିର ଉପରେ ଭାରତର ପ୍ରତିଶୋଧମୂଳକ ସାମରିକ ଆକ୍ରମଣ ପରେ ଜାତୀୟ ଭାବନା ବୃଦ୍ଧି ପାଇଛି।