fbpx

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି : ଚଳିତ ବର୍ଷ ୭୫ ଲକ୍ଷ ଏସଏଚଜି ମହିଳା ହେବେ ଲକ୍ଷପତି ଦିଦି

ନୂଆଦିଲ୍ଲୀ : ଚଳିତ ବର୍ଷ କେନ୍ଦ୍ର ସରକାର ନେଲେ ବଡ ନିଷ୍ପତ୍ତି । ଜୀବିକା ମିଶନ ସହ ଜଡି଼ତ ଗ୍ରାମୀଣ ମହିଳାମାନେ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ କେନ୍ଦ୍ର ସରକାର ସହଯୋଗ କରିବେ । ୭୫ ଲକ୍ଷ ଗ୍ରାମୀଣ ମହିଳାଙ୍କୁ ଲକ୍ଷତତି ଦିଦି ବନେଇବେ ବୋଲି ଧାର୍ଯ୍ୟ କରିଛନ୍ତି ।

ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ୨୦୨୩-୨୦୨୪ ବର୍ଷରେ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ମାଧ୍ୟମରେ “ଲକ୍ଷପତି ଦିଦି’ ଭାବେ ରୂପାନ୍ତର କରିବା ପାଇଁ ସରକାର ସବୁ ପ୍ରକାର ସହଯୋଗ କରିବେ ବୋଲି ଘୋଷଣା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର କହିଛନ୍ତି, ମହିଳା ଯେପରି ବର୍ଷରେ ଅନ୍ୟୁନ ଲକ୍ଷେ ଟଙ୍କା ରୋଜଗାର କରିପାରିବେ, ସେଥିପାଇଁ ସେମାନଙ୍କୁ ସକ୍ଷମ କରାଯିବ ।

ସୂଚନାଯୋଗ୍ୟ ଯେ, ୩ ବର୍ଷରେ ୨ କୋଟି ମହିଳାଙ୍କୁ “ଲକ୍ଷପତି ଦିଦି’ ବନେଇବା ପାଇଁ ସରକାର ଲକ୍ଷ୍ୟ ସ୍ଥିର କରିଛନ୍ତି । ୧୦ କୋଟି ସହିଳା ମହିଳା ଏସଏଚଜି ସହ ଜଡ଼ିତ ଥିବାର ଆକଳନ କରାଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ମୋଦି ହୃଦୟଙ୍ଗମ କରି ସ୍ୱାଧୀନତା ଦିବସ ଦିନ ତାଙ୍କ ଅଭିଭାଷଣରେ କହିଥିଲେ । ଏହା ବ୍ୟତୀତ ସେ କହିଥିଲେ ଯେ, ଯଦି ଜଣେ ଗାଁକୁ ଯିବ ତେବେ ସେଠାରେ ତାଙ୍କୁ ବ୍ୟାଙ୍କ ଦିଦି, ଅଙ୍ଗନାବାଡି ଦିଦି ଏବଂ ମେଡିସିନ ଦିଦି ପାଇବେ । ଗାଁରେ ୨ କୋଟି ମହିଳାଙ୍କୁ “ଲକ୍ଷପତି ଦିଦି’ ଭାବେ ତିଆରି କରିବା ମୋ ସ୍ୱପ୍ନ ଅଟେ ବୋଲି ପ୍ରଧାନମନ୍ତ୍ରୀ ଅଭିଭାଷଣରେ କହିଥିଲେ ।

Get real time updates directly on you device, subscribe now.