fbpx

୫ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା: ନୂଆ ବର୍ଷରେ ନୂଆ ଘୋଷଣା କରିବେ କେନ୍ଦ୍ର ସରକାର!

Advertisement

ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ବଡ଼ ବ୍ୟବଧାନରେ ବିଜୟ ହାସଲ କରିଛି । ବିଜେପିର ଏହି ସଫଳତା ପରେ କେବଳ ଶେୟାର ବଜାର ଉତ୍ସାହିତ ହୋଇ ନାହିଁ, କେନ୍ଦ୍ରୀୟ କର୍ମଚାରୀମାନେ ମଧ୍ୟ ବଡ଼ ଆଶା ବାନ୍ଧିଛନ୍ତି । ତେଣୁ ଆସନ୍ତା ୨୦୨୪ ନୂଆ ବର୍ଷ ଆରମ୍ଭ ହେବା ଅବସରରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିପାରନ୍ତି ।

ସାଧାରଣ ଭାବେ ପ୍ରତିବର୍ଷ କେନ୍ଦ୍ର ସରକାର ଜାନୁଆରୀ-ଜୁନ୍ ପର୍ଯ୍ୟନ୍ତ ୬ ମାସ ପାଇଁ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଥାନ୍ତି । ଏହାଫଳରେ ୪୮ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ୬୮ ଲକ୍ଷ ପେନସନଧାରୀ ଉପକୃତ ହୋଇଥାନ୍ତି । ତେବେ ପ୍ରଥମ ୬ ମାସ ପାଇଁ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି କରିପାରନ୍ତି । ଯଦି ଏପରି ହୁଏ, ତେବେ କର୍ମଚାରୀଙ୍କ ମୋଟ ଡିଏ ୫୦ ପ୍ରତିଶତରେ ପହଞ୍ଚିଯିବ । ଏହାଫଳରେ କର୍ମଚାରୀଙ୍କ ହାଉସ ରେଣ୍ଟ ଆଲାଉନ୍ସ (ଏଚଆରଏ) ମଧ୍ୟ ବୃଦ୍ଧି ଘଟିବ ।

ଏଆଇସିପିଆଇ ଇଣ୍ଡେକ୍ଟ ମୁତାବକ, ଗତ ଅକ୍ଟୋବର ମାସ ପର୍ଯ୍ୟନ୍ତ ସୂଚକାଙ୍କ ୧୩୮.୪ ଅଙ୍କରେ ରହିଥିଲା । ମାତ୍ର ମାସକ ମଧ୍ୟରେ ଏହି ଇଣ୍ଡେକ୍ସରେ ୦.୯ ଅଙ୍କ ବୃଦ୍ଧି ପାଇଛି । ତେବେ ନଭେମ୍ବର ଓ ଡିସେମ୍ବର ମାସର ଅଙ୍କ ବର୍ତ୍ତମାନ ସୁଦ୍ଧା ଆସିନଥିବା ବେଳେ ତା’ ପ୍ୟାଟର୍ଣ୍ଣ ଏକ ନୂଆ ସୂଚନା ଦେଇଛି । ୨୦୨୪ ଜାନୁଆରୀରୁ ଜୁନ୍ ମାସ ପର୍ଯ୍ୟନ୍ତ ମହଙ୍ଗା ଭତ୍ତାରେ ସବୁଠାରୁ ଅଧିକ ବୃଦ୍ଧି ହୋଇପାରେ । ଡିଏ କେତେ ବଢ଼ିବା ତାହା ଏଆଇସିପିଆଇ ଇଣ୍ଡେକ୍ସ ନିର୍ଦ୍ଧାରଣ କରିଥାଏ ।

୨୦୨୪ ବର୍ଷ ଜାନୁଆରୀ-ଜୁନ ଅବଧି ପାଇଁ କେନ୍ଦ୍ର ସରକାର ମହଙ୍ଗା ଭତ୍ତାରେ ବୃଦ୍ଧି କରିପାରନ୍ତି ବୋଲି କୁହାଯାଉଛି । ଆସନ୍ତା ବର୍ଷ ଏପ୍ରିଲ- ମେ ମାସ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ଏପରି ସ୍ଥିତିରେ କେନ୍ଦ୍ର ସରକାର ଡିଏ ବୃଦ୍ଧିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇ ପାରନ୍ତି । ନୂଆ ବର୍ଷ ଆରମ୍ଭରୁ କେନ୍ଦ୍ର ସରକାର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଏହି ଖୁସି ଖବର ଦେଇ ପାରନ୍ତି ।

Get real time updates directly on you device, subscribe now.