fbpx

କେନ୍ଦ୍ର ସରକାର ଗଠନ କରିବେ ‘ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ’: ମିଶ୍ରଣ ହୋଇଯିବ UGC-AICTE ଏବଂ NAAC-NBA

ନୂଆଦିଲ୍ଲୀ: ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ନେଇ ଏକ ନୂଆ ସୂଚନା ଆସିଛି । ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନୁଯାୟୀ ସାରା ଦେଶରେ ଏକ ମାନ୍ୟତା ଓ ରାଙ୍କିଂ ପ୍ରଣାଳୀ ସ୍ଥାପିତ ହେବାକୁ ଯାଉଛି । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କେନ୍ଦ୍ର ସରକାର ଇଞ୍ଜିନିୟରିଂ ଓ ମେଡିକାଲ କୋର୍ସରେ ଆଡମିଶନ ପାଇଁ ଆୟୋଜିତ ହେଉଥିବା ପରୀକ୍ଷା ଜେଇଇ, ନିଟ ଓ ସିୟୁଇଟିକୁ ମିଶ୍ରଣ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ଏଥିସହିତ ରାଷ୍ଟ୍ରୀୟ ମୂଲ୍ୟାଙ୍କନ ଓ ସ୍ୱୀକୃତି ପରିଷଦ (ନାକ) ସହିତ ଜାତୀୟ ସ୍ୱୀକୃତି ବୋର୍ଡ (ଏନବିଏ), ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସହିତ ଅଖିଳ ଭାରତୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ମିଶ୍ରଣ ଘଟିବ । ଏନେଇ କେନ୍ଦ୍ର ସରକାର ଏକ ଉଚ୍ଚ ଶିକ୍ଷା ନିୟାମକ ପ୍ରସ୍ତୁତ କରୁଛନ୍ତି । ଏହାପରେ କେନ୍ଦ୍ର ସରକାର ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ ଗଠନ କରିବେ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକ ଏନଇପି-୨୦୨୨ ଲାଗୁ କରିବା ନେଇ ସମ୍ମତି ପ୍ରକାଶ କରିଛି । ଆସନ୍ତା ୨୦୨୩-୨୪ ଶିକ୍ଷା ବର୍ଷରେ ରାଜ୍ୟରେ ଏନଇପି ଲାଗୁ ହେବ ବୋଲି କୁହାଯାଇଛି । ସେହିପରି ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୁ) ନୂଆ ଶିକ୍ଷାନୀତି ଅନୁଯାୟୀ ସମଗ୍ର ଦେଶରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ୧୫ ଲକ୍ଷ ଶିକ୍ଷକଙ୍କୁ ତାଲିମ ଦେବା ନେଇ ଦାୟିତ୍ୱ ନେଇଛି ।

Get real time updates directly on you device, subscribe now.