fbpx

କୃଷକଙ୍କ ଉପରେ କଡା ନଜର ରଖିବେ କେନ୍ଦ୍ର ସରକାର: ତଦାରଖ କରିବେ ସମସ୍ତ କାଗଜପତ୍ର ଏବଂ ଯୋଜନା

ନୂଆଦିଲ୍ଲୀ: ଚାଷୀଙ୍କ ଉପରେ ନଜର ରଖିବେ କେନ୍ଦ୍ର ସରକାର । ଅସନ୍ତା ମାସ ଧାନ କ୍ରୟ ପୂର୍ବରୁ ଜମିର ରେକର୍ଡ ଉପରେ କରାଯିବ ଯାଞ୍ଚ । କୃଷକମାନଙ୍କ ନିକଟରେ ଏମଏସପି ସଠିକ ଭାବରେ ପହଞ୍ଚୁଛି କି ନାହିଁ ସେ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ । କେନ୍ଦ୍ରର ନୋଡାଲ ପ୍ରୋକ୍ୟୁରମେଣ୍ଟ ଏଜେନ୍ସି ଫୁଡ କର୍ପୋରେସନ ଅଫ ଇଣ୍ଡିଆ ସହିତ ଜମିର ଡିଜିଟାଲ ରେକର୍ଡ ଏକୀକୃତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ଆସାମ, ଉତ୍ତରାଖଣ୍ଡ ସହିତ ଜାମ୍ମୁ-କାଶ୍ମୀର ଭଳି ରାଜ୍ୟ ।

କେଉଁ ଅଞ୍ଚଳରେ କେତେ ପରିମାଣରେ କୃଷି ଉତ୍ପାଦନ ହୋଇଛି ସେସବୁ ତଦାରଖ କରିବା ପାଇଁ ଏହି ଯୋଜନା କରାଯାଉଛି । ଏଫସିଆଇ ସହିତ ଡିଜିଟାଲ ରେକର୍ଡ ଏକୀକୃତ ହୋଇପାରିଲେ ଏହା ଫସଲ କ୍ରୟ ବ୍ୟବସ୍ଥାକୁ ଅଧିକ ସାଯ୍ୟ କରିବ ବୋଲି କହିଛନ୍ତି ଖାଦ୍ୟ ସଚିବ । ବ୍ୟବସାୟୀଙ୍କ ପରିବର୍ତ୍ତେ ପ୍ରକୃତ କୃଷକମାନଙ୍କଠାରୁ ଫସଲ କ୍ରୟ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ରହିବ । ଏହାସହିତ ଏହି ଯୋଜନା କୃଷକମାନଙ୍କ ନିକଟରେ ସଠିକ ଭାବରେ ଏମଏସପି ପହଞ୍ଚାଇବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି ।

୨୦୧୬-୧୭ ଏବଂ ୨୦୨୦-୨୧ ମଧ୍ୟରେ ୩୪୪୯ ଲକ୍ଷ ଟନ ଧାନ ୬,୦୨,୧୫୬କୋଟି ଏମଏସପିରେ କିଣାଯାଇଥିବା ବେଳେ ୨,୮୫,୦୭୧ କୋଟି ଟଙ୍କା ଏମଏସପିରେ ୧୬୨୭ ଲକ୍ଷ ଟନ ଗହମ କିଣିଥିଲେ କେନ୍ଦ୍ର ସରକାର । ଏଥିସହିତ ଡାଳି ଏବଂ ତେଲ ବିହନ କ୍ରୟରେ ମଧ୍ୟ ବୃଦ୍ଧି ପାଇଛି । ସେହିପରି ୨୦୨୦-୨୧ ରେ ୧,୬୫,୯୫୬.୯୦ କୋଟି ଟଙ୍କା ଏମଏସପି ଦ୍ୱାରା ୮୭୯.୦୧ଲକ୍ଷ ଟନ ଧାନ ଏବଂ ୭୫,୦୬୦ କୋଟି ଏମଏସପି ବ୍ୟୟରେ ୩୮୯.୯୩ ଲକ୍ଷ ଟନ ଗହମ କ୍ରୟ କରାଯାଇଥିଲା । ଯାହା ପସଲ କିରାରେ ,କ ରେକର୍ଡ ସୃଷ୍ଟ କରିଛି ।

Get real time updates directly on you device, subscribe now.