ଯାଜପୁରରେ ଡାଇରିଆ ସ୍ଥିତି ସମୀକ୍ଷା କରିବା ପାଇଁ ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍
ICMR, NCDC, WHO ଭଳି ସଂସ୍ଥାର ସଦସ୍ୟ ଏହି ଟିମରେ ରହିବେ।
ଯାଜପୁର: ଯାଜପୁରରେ ଡାଇରିଆ। ଏବେସୁଦ୍ଧା ୭୦୦ ପାର୍ କରିସାରିଲାଣି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା। ଯାହାକୁ ନେଇ ଚିନ୍ତାରେ ପଡିଲେଣି ଡାକ୍ତର। ଯଦିଓ ସ୍ଥିତି ଏବେ ନିୟନ୍ତ୍ରଣରେ ଅଛି। ଲୋକ ସୁସ୍ଥ ହୋଇ ଧିରେ ଧିରେ ଘରକୁ ଫେରୁଛନ୍ତି। ତଥାପି ଯାଜପୁର ଆସିବ କେନ୍ଦ୍ରୀୟ ଟିମ୍।
ଯାଜପୁର ସ୍ଥିତି ସମୀକ୍ଷା ପାଇଁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍। ୧୪ ଜଣିଆ କେନ୍ଦ୍ରୀୟ ଟିମ୍ ସ୍ଥିତି ଅନୁଧ୍ୟାନ ପାଇଁ ଯାଜପୁର ଆସୁଛନ୍ତି। ଏନେଇ ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର। ICMR, NCDC, WHO ଭଳି ସଂସ୍ଥାର ସଦସ୍ୟ ଏହି ଟିମରେ ରହିବେ।