ପିଲାଙ୍କ ମେଦକୁ ନେଇ ଚିନ୍ତାରେ ସରକାର! ମଧ୍ୟାହ୍ନ ଭୋଜନରେ କମିବ ତେଲ-ଲୁଣ
ନ୍ୟୁଟ୍ରିସିଆନ ଦେବେ ବିଦ୍ୟାଳୟ ପାଇଁ ସୁଷମ ଖାଦ୍ୟ ପ୍ରସ୍ତୁତି ପରାମର୍ଶ ।
ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି । ଚିନ୍ତାରେ ସରକାର । ଦେଶର ପିଲାଙ୍କଠାରେ ମୋଟାପଣ ଦେଖିବାକୁ ମିଳିଛି । ଛୋଟ ଛୁଆ ଅଧିକ ମୋଟା ହୋଇଯାଉଥିବା ବେଳେ ଏନେଇ ନିଷ୍ପତ୍ତି କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ।
ବିଶେଷକରି 5ରୁ 19 ବର୍ଷ ମଧ୍ୟରେ ପିଲାଙ୍କ ଓଜନ ବୃଦ୍ଧି ପାଉଥିବା ବେଳେ ମଧ୍ୟାହ୍ନଭୋଜନକୁ ସୁଷମ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଏଣିକି ମଧ୍ୟାହ୍ନ ଭୋଜନରେ କମ୍ ତେଲ ବ୍ୟବହାର ହେବ ।
ତେବେ ପୂର୍ବରୁ ମଧ୍ୟାହ୍ନ ଭୋଜନ ସମୟରେ ଯେତିକି ତେଲ ବ୍ୟବହାର ହେଉଥିଲା ବର୍ତ୍ତମାନ ତାର 10 ପ୍ରତିଶତ ହ୍ରାସ କରାଯିବ । ଫର୍ଟିଫାଏଡ ଭିଟାମିନ ଏ ଏବଂ ଡି ଯୁକ୍ତ ଖାଇବା ତେଲ ବ୍ୟବହାର ହେବ । ଡବଲ ଫର୍ଟିଫାଏଡ ଲୁଣ ବ୍ୟବହାର ହେବ ।
କେବଳ ଏତିକି ନୁହେଁ ବରଂ ନ୍ୟୁଟ୍ରିସିଆନଙ୍କ ପରାମର୍ଶ ନିଆଯିବ । ଜଣେ ଶିକ୍ଷାର୍ଥୀଙ୍କୁ ସ୍ବାସ୍ଥ୍ୟ ଆମ୍ବାସାଡର ଭାବେ ନିଯୁକ୍ତି କରାଯିବ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟଶାସନ ସଚିବ, ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚବ, ଏନସିଆରଟି ନିର୍ଦ୍ଦେଶକ, ସିବିଏସଇ ଅଧ୍ୟକ୍ଷ, କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ସଂଗଠନର କମିଶନରଙ୍କୁ ଚିଠି ହୋଇଛି ।