fbpx

ଲାଟେରାଲ ଏଣ୍ଟ୍ରି ବିଜ୍ଞପ୍ତି ପ୍ରତ୍ୟାହାର: ରଦ୍ଦ କରିବାକୁ UPSCକୁ ଚିଠି ଲେଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ଲାଟେରାଲ ଏଣ୍ଟ୍ରି ବିଜ୍ଞପ୍ତିକୁ ନେଇ ସାରା ଦେଶରେ ବିବାଦ ସୃଷ୍ଟି ହୋଇଥିଲା । ଏହାକୁ ନେଇ ବିରୋଧୀ ଦଳମାନଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ତେବେ ଚାରିଆଡ଼ୁ ବିରୋଧ କରାଯିବା ପରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଲାଟେରାଲ ଏଣ୍ଟ୍ରି ବିଜ୍ଞପ୍ତିକୁ କେନ୍ଦ୍ର ସରକରା ପ୍ରତ୍ୟାହାର କରିନେଇଛନ୍ତି । ଏହି ବିଜ୍ଞପ୍ତିକୁ ରଦ୍ଦ କରିବାକୁ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଅଧ୍ୟକ୍ଷଙ୍କୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି ।

ସୂଚନା ମୁତାବକ, ଲାଟେରାଲ ଏଣ୍ଟ୍ରି ବିଜ୍ଞପ୍ତିକୁ ବାତିଲ କରିବାକୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଆଜି ୟୁପିଏସସି ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି । ଲାଟେରାଲ ଏଣ୍ଟ୍ରି ମାଧ୍ୟମରେ ୪୫ ପଦ ପୂରଣ ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିବା ସହ ଆବେଦନ ଆହ୍ୱାନ କରିଥିଲେ । ତେବେ ଏହି ବିଜ୍ଞପ୍ତିକୁ ବାତିଲ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ମିକ ଓ ପ୍ରଶିକ୍ଷଣ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏହି ବିଜ୍ଞପ୍ତିକୁ ଏନଡିଏର ଦୁଇ ସହଯୋଗୀ ଦଳ ଜେଡି(ୟୁ) ଓ ଏଲଜେପି ନିନ୍ଦା କରିବା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଲାଟେରାଲ ଏଣ୍ଟ୍ରି ମାଧ୍ୟମରେ ଅମଲାତନ୍ତ୍ରରେ ମଧ୍ୟମ ଓ ବରିଷ୍ଠ ସ୍ତରର ସ୍ଲଟକୁ ପୂରଣ କରିବା ପାଇଁ ପାରମ୍ପରିକ ସରକାରୀ ସେବା କ୍ୟାଡର ବାହାର ବ୍ୟକ୍ତିଙ୍କୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଅଗଷ୍ଟ ୧୭ରେ ୟୁପିଏସସି ଏକ ବିଜ୍ଞପ୍ତି ଜାରି କରିଥିଲା । ସେଥିରେ ଲାଟେରାଲ ଏଣ୍ଟ୍ରି ଜରିଆରେ ୪୫ ଯୁଗ୍ମ ସଚିବ, ଡେପୁଟୀ ସଚିବ ଓ ନିର୍ଦ୍ଦେଶକ ସ୍ତରର ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଥିଲା । ଲାଟେରାଲ ଏଣ୍ଟ୍ରି ଭର୍ତ୍ତିରେ ବିନା ୟୁପିଏସସି ପରୀକ୍ଷାରେ ନିଯୁକ୍ତି ହୋଇଥାଏ । ଏଥିରେ ସଂରକ୍ଷଣର ନିୟମକୁ ମଧ୍ୟ ଫାଇଦା ମିଳିନଥାଏ । ଏହି ଭର୍ତ୍ତି ମାଧ୍ୟମରେ କେନ୍ଦ୍ର ସରକାର ଏସସି, ଏସଟି, ଓବିସି ସଂରକ୍ଷଣରେ ରୋକ ଲଗାଉଥିବା ରାହୁଲ ଗାନ୍ଧୀ ଅଭିଯୋଗ ଆଣିଥିଲେ । ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ଅମଲାତନ୍ତ୍ରରେ ଲାଟେରାଲ ଏଣ୍ଟ୍ରି ନୂଆ କଥା ନୁହେଁ । ପୂର୍ବରୁ କଂଗ୍ରେସ ନେତୃତ୍ୱାଧୀନ ସରକାର ଅମଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ମଣ୍ଟେକ ସିଂହ ଆଲୁୱାଲିଆ ଏହାର ବଡ଼ ଉଦାହରଣ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ।

Get real time updates directly on you device, subscribe now.