fbpx

ବଡ଼ ଖବର; ପ୍ରଥମ ଫେଜ୍‌ ଭୋଟିଂ ନେଇ CEOଙ୍କ ସୂଚନା; ତ୍ରୁଟି ପାଇଁ ୨ ପୋଲିଂ ଅଫିସରଙ୍କୁ ସସ୍‌ପେଣ୍ଡ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ ଚାଲିଥିବା ପ୍ରଥମ ଫେଜ୍‌ ଭୋଟିଂ ନେଇ CEOଙ୍କ ସୂଚନା । ‘ତ୍ରୁଟି ପାଇଁ ୨ ପୋଲିଂ ଅଫିସରଙ୍କୁ ସସ୍‌ପେଣ୍ଡ କରାଯାଇଛି । ଗଞ୍ଜାମର ଜଣେ ଓ ନର୍ଲାର ଜଣେ ପୋଲିଂ ଅଫିସର ସସ୍‌ପେଣ୍ଡ୍‌ । ଚିକିଟିରେ କିଛି ଘଟଣା ଘଟିଛି, ଜିଲ୍ଲାପାଳଙ୍କ ସହ କଥା ହୋଇଛି । ମାତ୍ର ସେଠାରେ ମତଦାନ ଠିକ୍‌ଠାକ ଜାରି ରହିଛି ।’

‘ଯେଉଁଠି EVM ତ୍ରୁଟି ସାମ୍ନାକୁ ଆସିବ ଅଧ ଘଣ୍ଟାଏରେ ସମାଧାନ । ମକ୍‌ପୋଲ ବେଳେ ଯେଉଁଠି ତ୍ରୁଟି ସାମ୍ନାକୁ ଆସିଛି ରିପ୍ଲେସ ହୋଇଛି । ବିଶେଷକରି କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ତ୍ରୁଟି ସାମ୍ନାକୁ ଆସିଛି । ଭୋଟର ଭୋଟ ଦେବାକୁ ଲମ୍ବା ଲାଇନରେ ଅଛନ୍ତି ।’

ସେହିପରି ବିଚ୍ଛିନ୍ନାଞ୍ଚଳରେ ମତଦାନ ନେଇ ଖୁସି ପ୍ରକଟ କଲେ ସିଇଓ । ‘୨୦୧୯ରେ ୨୩ଟା ବୁଥ୍‌ ଲୋକେ BSF କ୍ୟାମ୍ପ୍‌ରେ ଭୋଟ ଦେଇଥିଲେ’ । ‘ମାତ୍ର ଏଥର ସେମାନେ ନିଜ ଗାଁରେ ଭୋଟ୍‌ ଦେଉଛନ୍ତି’ । ‘ଗତ ଥର ୧୦ଟି ବୁଥ୍‌ରେ କେହି ଭୋଟ ଦେଇ ନ ଥିଲେ’ । ମାତ୍ର ଏଥର ସେହି ୧୦ ବୁଥ୍‌ରେ ମତଦାନ ଚାଲିଥିବା ନେଇ ଗଣମାଧ୍ୟକୁ ସୂଚନା ଦେଇଛନ୍ତି ସିଇଓ ।

Get real time updates directly on you device, subscribe now.