fbpx

ଭାରତ-ୱେଷ୍ଟଇଣ୍ଡିଜ ସିରିଜ: ଚହଲ ଓ କୁଳଦୀପଙ୍କ ଉପରେ ରୋହିତଙ୍କ ଭରସା

ଅହମଦାବାଦ: ଭାରତୀୟ ଦିନିକିଆ କ୍ରିକେଟ ଦଳ ଅଧିଡ଼ାୟକ ରୋହିତ ଶର୍ମା କହିଛନ୍ତି ଯେ ଚଳିତ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଦୁଇ ଭେଟେରାନ ସ୍ପିନର କୁଳଦୀପ ଯାଦବ ଓ ଯୁଜଭେନ୍ଦ୍ର ଚହଲଙ୍କୁ ଚୂଡାନ୍ତ ଭାରତୀୟ ଦଳରେ ସାମିଲ କରାଗଲେ ,ନିଶ୍ଚିତ ସୁଫଳ ମିଳିବ ବୋଲି ବିଶ୍ୱାସ । କାରଣ ଅତୀତାରେ ଏହି ଦୁଇ ବୋଲର ପ୍ରତିକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କ ଉପରେ ବଡ ପଭାବ ପକାଇବାରେ ସଫଳ ହୋଇଛନ୍ତି । ତେଣୁ ଉଭୟ ୧୧ ଜଣିଆ ଦଳରେ ସ୍ଥାନ ପାଇବା ସପକ୍ଷରେ ମୋର ମତ ରହିଛି । କାରଣ ଟି-୨୦ ଫର୍ମାଟରେ ମଧ୍ୟ ଉଭୟ ସ୍ପିନର ପୂର୍ବରୁ ଭଲ ପ୍ରଦର୍ଶନ କରିଛନ୍ତି । ତେଣୁ ଘରୋଇ ପରିବେଶରେ ଏହି ଦୁଇ ଅଭିଜ୍ଞ ସ୍ପିନରଙ୍କୁ ସୁଯୋଗ ଦେଲେ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ମାନେ ବରାବର ରନ ସଂଗ୍ରହ ପାଇଁ ବଡ ସଂଘର୍ଷ କରିବାକୁ ପଡିବ । ସେହିପରି ଅନ୍ୟତମ ଓପନର ମୟଙ୍କ ଅଗ୍ରୱାଲ କ୍ୱାରେଣ୍ଟାଇନ ସମୟ ସୀମା ପୂରଣ କରି ନ ଥିବାରୁ ତାଙ୍କ ସ୍ଥାନରେ ଇଶାନ କିଶାନ ଇନିଂସ ଓପନିଂ କରିବାକୁ ପଡିବ । କାରଣ ଓପନର ଶିଖର ଧାୱନଙ୍କ ସହିତ ଶ୍ରେୟସ ଆୟାର ଓ ଅନ୍ୟତମ ଓପନର ଋତୁରାଜ ଗାଏକ୍ୱାଡ୍‌ କରୋନାରେ ଆକ୍ରାନ୍ତ ହୋଇ ଥିବାରୁ ଚଳିତ ଦିନିକିଆ ସିରିଜ ଖେଳିବା ସମ୍ଭବ ହୋଇ ନ ପାରେ ବୋଲି ରୋହିତ କହଇଛନ୍ତି ।

Get real time updates directly on you device, subscribe now.