fbpx

(Video) ଲଗାତାର ଦଳରୁ ବାଦ୍ ପଡ଼ିବା ପରେ ଚହଲଙ୍କ ବଡ଼ ନିଷ୍ପତ୍ତି: ଇଂଲଣ୍ଡକୁ ଯାଇ ଖେଳିବେ ଷ୍ଟାର ସ୍ପିନର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ । ଲଗାତାର ଦଳରୁ ବାଦ୍ ପଡ଼ୁଥିବା ବେଳେ ଚହଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଭାରତ ଛାଡ଼ି ଇଂଲଣ୍ଡକୁ ଯାଇ ଏବେ ସେ କ୍ରିକେଟ ଖେଳିବା ପାଇଁ ମନସ୍ଥ କରିଛନ୍ତି । ଇଂଲଣ୍ଡରେ ନର୍ଥମ୍ପଟନଶର ପକ୍ଷରୁ କାଉଣ୍ଟି କ୍ରିକେଟ ଖେଳିବେ ବୋଲି ଜାଣିବାକୁ ମିଳିଛି । ଚଳିତ ସିଜନର ଦିନିକିଆ କପରେ କେଣ୍ଟ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିବେ ଚହଲ । ଏହାପରେ ଶେଷ ୫ ଚମ୍ପିଆନସିପ୍ ଖେଳିବା ପାଇଁ ମଧ୍ୟ ସେ ଉପଲବ୍ଧ ରହିବେ ବୋଲି ସୂଚନା ମିଳିଛି ।

ଏହାପୂର୍ବରୁ ଚହଲ ୨୦୨୩ ମସିହାରେ ମଧ୍ୟ କେଣ୍ଟ ପକ୍ଷରୁ କାଉଣ୍ଟି କ୍ରିକେଟ ଖେଳିଥିଲେ । ନର୍ଥମ୍ପଟନଶର ଦଳର ମୁଖ୍ୟ କୋଚ୍ ଜନ୍ ସେଡଲର ଚହଲଙ୍କ ବୋଲିଂକୁ ନେଇ ଖୁବ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, “ୟୁଜବେନ୍ଦ୍ର ଚହଲ ହେଉଛନ୍ତି ମଧ୍ୟ ଜଣେ ହାଇପ୍ରୋଫାଇଲ ବିଦେଶୀ ଖେଳାଳି । ତାଙ୍କ ପାଖରେ ଖୁବ ଅଭିଜ୍ଞତା ଏବଂ ଦକ୍ଷତା ରହିଛି । ତାଙ୍କର ରେକର୍ଡ ହିଁ ଏସବୁର ପ୍ରମାଣ । ୱିକେଟରେ ତାଙ୍କ ଦକ୍ଷତା ଆମ ଦଳକୁ ଆହୁରି ମଜବୁତ କରିବ ।” ମେଟ୍ରୋ ବ୍ୟାଙ୍କ କପରେ ଭାରତର ୟୁଜବେନ୍ଦ୍ର ଚହଲ ଚମତ୍କାର ଡେବ୍ୟୁ କରି ନର୍ଥମ୍ପଟନଶର ଷ୍ଟିଲବ୍ୟାକକୁ କ୍ୟାଣ୍ଟରବେରୀରେ କେଣ୍ଟ ସ୍ପିଟଫାୟାର ଉପରେ ନଅ ୱିକେଟ ବିଜୟରେ ସାହାଯ୍ୟ କରିଥିଲେ। ଚହଲ 10 ଓଭରରେ ୧୪ ରନ୍ ବ୍ୟୟ କରି ୫ଟି ସଫଳତା ହାସଲ କରିଛନ୍ତି ।

ଇଣ୍ଟରନେସନାଲ କ୍ରିକେଟରେ ଚହଲଙ୍କ ପ୍ରଦର୍ଶନ ଉପରେ ନଜର ପକାଇଲେ ଏହା ଖୁବ ଚମତ୍କାର ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୭୨ଟି ଦିନିକିଆ ଏବଂ ୮୦ଟି ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆର ପ୍ରତିନିଧିତ୍ୱ କରିଛନ୍ତି ଚହଲ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଟେଷ୍ଟ ଦଳରେ ତାଙ୍କୁ ସାମିଲ କରାଯାଇ ନାହିଁ । ତେବେ ଦିନିକିଆରେ ୬୯ ଇନିଂସରୁ ୨୭.୧୩ ହାର ଏବଂ ୫.୨୬ ଇକୋନୋମୀ ସହ ଚହଲ ମୋଟ ୧୨୧ ୱିକେଟ ହାସଲ କରିଛନ୍ତି । ଏାବ୍ୟତୀତ ଟି-୨୦ କ୍ରିକେଟରେ ମଧ୍ୟ ତାଙ୍କର ଦମଦାର ରେକର୍ଡ ରହିଛି । ୭୯ ଇନିଂସରୁ ୯୬ଟି ଶିକାର କରି ସେ ଖତରନାକ ବୋଲରଙ୍କ ତାଲିକାରେ ମଧ୍ୟ ସାମିଲ ରହିଛନ୍ତି ।

Get real time updates directly on you device, subscribe now.