ମାଆ ଚନ୍ଦ୍ରଘଣ୍ଟାଙ୍କ ଏହି ମନ୍ତ୍ର ଆପଣଙ୍କୁ କରିବ ସାହାସୀ, ଜାଣନ୍ତୁ ପୂଜାର ମହତ୍ତ୍ୱ
ନବରାତ୍ରୀର ତୃତୀୟ ଦିନରେ କରନ୍ତୁ ମାଆ ଚନ୍ଦ୍ରଘଣ୍ଟାଙ୍କ ପୂଜା, ଦୂର ହେବ ସମସ୍ତ ଦୁଃଖ
ଓଡ଼ିଶା ଭାସ୍କର: ୨୦୨୫ରେ ଚୈତ୍ର ନବରାତ୍ରୀ ତୃତୀୟ ଦିନ ୧ ଏପ୍ରିଲରେ ପଡୁଛି। ଚୈତ୍ର ନବରାତ୍ରୀର ତୃତୀୟ ଦିନ ମାଆ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଇଥାଏ।
ମାଆଙ୍କ ମସ୍ତକରେ ଅର୍ଦ୍ଧ ଚନ୍ଦ୍ରମା ବିରାଜମାନ କରନ୍ତି। ଏଥିପାଇଁ ତାଙ୍କୁ ଚନ୍ଦ୍ରଘଣ୍ଟାଙ୍କ ନାମରେ ଅଭିହିତ କରାଯାଇଥାଏ। ଆସନ୍ତୁ ଜାଣିବା ମାଆ ଚନ୍ଦ୍ରଘଣ୍ଟାଙ୍କ ବିଷୟରେ..
ମାଆ ଚନ୍ଦ୍ରଘଣ୍ଟାଙ୍କ ରୂପ ଅଲୌକିକ। ମାଆଙ୍କ ମସ୍ତକରେ ବିରାଜମାନ କରନ୍ତି ଅର୍ଦ୍ଧ ଚନ୍ଦ୍ର। ସ୍ୱର୍ଣ୍ଣ ଭଳି ଚମକେ ମାଆଙ୍କ ଶରୀର। ମାଆ୧୦ ଭୂଜା ଧରି ସିଂହ ଉପରେ ବିରାଜମାନ କରିଥାଆନ୍ତି।
ସମସ୍ତ ବିଧି ବିଧାନ ସହ ଚନ୍ଦ୍ରଘଣ୍ଟା ମାଆଙ୍କ ପୂଜା କରିବା ସହ କଥାର ପାଠ କରିବାରେ ଦୂର ହୁଏ ସମସ୍ତ ରୋଗ ବ୍ୟାଧି।
ଚନ୍ଦ୍ରଘଣ୍ଟା ମାଆଙ୍କ ମନ୍ତ୍ର:
ଓଁ ଦେବୀ ଚନ୍ଦ୍ରଘଣ୍ଟାୟୈ ନମଃ
ହ୍ରିଂ ଶ୍ରୀ ଅମ୍ବିକାୟୈ ନମଃ
ମାଆଙ୍କ ପସନ୍ଦ ରଙ୍ଗ: ଲାଲ୍
ମାଆଙ୍କ ପ୍ରିୟ ଫୁଲ: ଗୋଲାପ ଏବଂ ପଦ୍ମ
ଚନ୍ଦ୍ରଘଣ୍ଟା ମାଆଙ୍କ ପ୍ରିୟ ଭୋଗ: କ୍ଷୀର, ଖିରି, ଏବଂ ମିଠା