fbpx
BSKY SKY
BSKY SKY

BREAKING…ଇସ୍ତଫା ଦେଲେ ହେମନ୍ତ ସୋରେନ୍; ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚମ୍ପଇ ସୋରେନ୍

BSKY

ରାଞ୍ଚି: ଗତ କିଛି ଦିନ ଧରି ଝାଡ଼ଖଣ୍ଡରେ ଚାଲିଥିବା ରାଜନୈତିକ ହଟଚମଚର ଅନ୍ତ ଘଟିଛି। ହେମନ୍ତ ସୋରେନଙ୍କ ସ୍ଥାନରେ ଚମ୍ପାଇ ସୋରେନଙ୍କୁ ଝାଡ଼ଖଣ୍ଡର ଦାୟୁତ୍ୱ ଦିଆଯିବ। ଚମ୍ଫଇ ସୋରେନ୍ ହେବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ । ଚମ୍ପାଇ ସୋରେନ୍ ବର୍ତ୍ତମାନ ହେମନ୍ତ ସୋରେନ୍ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ବେଳେ ସେ ପରିବହନ ବିଭାଗ ଦାୟିତ୍ୱରେ ଅଛନ୍ତି। ଚମ୍ପାଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଜଣେ ବରିଷ୍ଠ ନେତା ଏବଂ ସେ ସରାଇକେଲା ବିଧାନସଭା ଆସନରୁ ବିଧାୟକ।

ଝାଡ଼ଖଣ୍ଡ ସରକାରରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବେ ମଧ୍ୟ ଚମ୍ପାଇ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କୁ କୋଲହାନର ବାଘ ମଧ୍ୟ କୁହାଯାଏ । ଅର୍ଜୁନ ମୁଣ୍ଡାଙ୍କ କାର୍ଯ୍ୟକାଳ ରେ ଚମ୍ପାଇ ସୋରେନ ଜେଏମଏମ-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଝାଡ଼ଖଣ୍ଡ ରାଜନୀତିର ସବୁଠାରୁ ବଡ଼ ଚେହେରା ଶିବୁ ସୋରେନଙ୍କ ମଧ୍ୟ ସେ ଖୁବ୍ ନିକଟତର।

ଝାଡ଼ଖଣ୍ଡର କୋଲହାନ ଅଞ୍ଚଳରେ ଚମ୍ପାଇ ସୋରେନଙ୍କର ବହୁତ ପ୍ରଭାବ ରହିଛି, ସେଥିପାଇଁ ତାଙ୍କୁ ‘ଟାଇଗର’ ବୋଲି କୁହାଯାଏ। ହେମନ୍ତ ସୋରେନଙ୍କ ଇସ୍ତଫା ଓ ଗିରଫ ପରେ କଳ୍ପନା ମୁଖ୍ୟମନ୍ତ୍ରୀ ହେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା, କିନ୍ତୁ ଏବେ ଚମ୍ପାଇଙ୍କୁ ସିଏମ କରାଯାଉଛି ।

 

Get real time updates directly on you device, subscribe now.