ଟିମ୍ ଇଣ୍ଡିଆ କବଜା କଲା ଚାମ୍ପିୟନ୍ସ ଟ୍ରଫି, ୧୨ ବର୍ଷର ସ୍ବପ୍ନ ହେଲା ସାକାର, ବିଶ୍ଵ କହିଲା ଚକ୍ ଦେ ଇଣ୍ଡିଆ
India vs New Zealand Final: ରୋମାଞ୍ଚକର ଫାଇନାଲ, ଲୋମ ଟାଙ୍କୁରା ଫାଇଟ, ଟିମ୍ ଇଣ୍ଡିଆ କବଜା କଲା ଚାମ୍ପିୟନ୍ସ ଟ୍ରଫି
ନୂଆଦିଲ୍ଲୀ: ଆଜି ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ ଖେଳାଯାଉଥିଲା। ପ୍ରଥମେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା।
ନ୍ୟୁଜିଲାଣ୍ଡ ନିଜ ଇନିଂସରେ ୨୫୧ ରନ କରି ଭାରତକୁ ୨୫୨ରନର ଟାର୍ଗେଟ ଦେଇଥିଲା। ଏହାପରେ ଟିମ ଇଣ୍ଡିଆ ପଡିଆରେ ନିଜର ଶାନଦାର ପ୍ରଦର୍ଶନ କରି 254 ରନ ହାସଲ କରି ବଡ଼ ବିଜୟ ହାସଲ କରିଛି।
ପ୍ରକାଶ ଥାଉ ଯେ, ଭାରତ-ନ୍ଯୁଜିଲାଣ୍ଡ ମଧ୍ଯରେ ଖେଳାଯାଉଥିବା ଚାମ୍ପିୟନ୍ସ ଟ୍ରଫି-୨୦୨୫ ଫାଇନାଲ ଫାଇଟରେ ନ୍ଯୁଜିଲାଣ୍ଡ ଭାରତ ସାମ୍ନାରେ ୨୫୨ ରନର ଲକ୍ଷ୍ଯ ଦେଇଥିଲା। ଟସ ଜିତି ପ୍ରଥମେ ବ୍ଯାଟିଂ କରିଥିବା କିୱି ଦଳ ୫୦ ଓଭରରେ ୨୫୧ ରନ କରିଥିଲା। ନ୍ଯୁଜିଲାଣ୍ଡ ପକ୍ଷରୁ ପ୍ରାରମ୍ଭିକ ଯୋଡି ରଚିନ ରବିନ୍ଦ୍ର ଓ ୱିଲ ୟଙ୍ଗ ଭଲ ଆରମ୍ଭ ଦେଇଥିଲେ।
ଷ୍ଟାର ଅଲରାଉଣ୍ଡର ତଥା ବ୍ଯାଟର ରଚିନ ମାତ୍ର ୨୯ ବଲରେ ଧୂଆଁଧାର ୩୭ ରନର ପାରି ଖେଳି ପ୍ଯାଭିଲିୟନ ଫେରିଥିଲେ । ତାଙ୍କୁ ଚାଇନା ସ୍ପିନର କୁଲଦୀପ ଯାଦବ ଆଉଟ କରିଥିଲେ ।
ସେପଟେ ୱିଲ ୟଙ୍ଗ ୧୫ ରନ କରି ବରୁଣ ଚକ୍ରବର୍ତ୍ତୀଙ୍କ ‘ଚକ୍ରବ୍ଯୁହ’ ରେ ଫସିଥିଲେ । ରଚିନ କିୱି ଦଳକୁ ବଡ ସ୍କୋର ଆଡକୁ ନେଉଥିବା ସମୟରେ କୁଲଦୀପ ଶକ୍ତ ଧକ୍କା ଦେଇଥିଲେ ନ୍ଯୁଜିଲାଣ୍ଡକୁ ।
ପରେ କୁଲଦୀପ ଯାଦବ ପଡିଆକୁ ଆସିଥିବା ତଥା ନ୍ଯୁଜିଲାଣ୍ଡର ମେରୁଦଣ୍ଡ କୁହାଯାଉଥିବା କେନ ୱିଲିୟମସନଙ୍କୁ ନିଜ ସ୍ପିନ ଜାଲରେ ଶିକାର କରିଥିଲେ । ମାତ୍ର ୧୧ ରନରେ ୱିଲିୟମସନ ପ୍ଯାଭିଲିୟନ ଫେରିଥିଲେ ।
ଫଳରେ ୭୫ ରନରେ ୩ ୱିକେଟ ହରାଇଥିଲା ନ୍ଯୁଜିଲାଣ୍ଡ । ତାହାସହ ମ୍ଯାଚର ମୋଡ ବଦଳିଯାଇଥିଲା । ଏତତବ୍ଯତୀତ ନ୍ଯୁଜିଲାଣ୍ଡ ବ୍ଯାଟର ତଥା ଦୁର୍ଦ୍ଦଶ ଟମ୍ ଲାଥମ ଓ ଗ୍ଲେନ ଫିଲିପ୍ସ ଯଥାକ୍ରମେ ୧୪ ଓ ୩୪ ରନ କରିଥିଲେ ।
ମିଚେଲ ବ୍ରେସୱେଲ ଓ ଅଧିନାୟକ ମିଚେଲ ସାଣ୍ଟନର ଯଥାକ୍ରମେ ୫୩ ଓ ୭ ରନ କରିଥିଲେ । ସେପଟେ କିୱି ଦଳ ପକ୍ଷରୁ ଡାରିଲ ମିଚେଲ ୬୩ ରନର ଦମଦାର ତଥା ଉପଯୋଗୀ ପାରି ଖେଳି ଫାଇନାଲ ଫାଇଟରେ ନ୍ଯୁଜିଲାଣ୍ଡକୁ ଭଲ ତଥା ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ ।
ଭାରତ ପକ୍ଷରୁ କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀ ୨ ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ସେହିଭଳି ସାର ତଥା ଭାରତୀୟ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଗୋଟିଏ ୱିକେଟ ମିଳିଥିଲା ।
ମ୍ଯାଚରେ ମହମ୍ମଦ ସାମି ଭଲ ଖେଳୁଥିବା ଡାରେଲ ମିଚେଲଙ୍କୁ ଆଉଟ କରି ନ୍ଯୁଜିଲାଣ୍ଡର ବଡ଼ ସ୍କୋରକୁ କମ୍ କରି ଦେଇଥିଲେ ।
ଏମିତି ଥିଲା ଭାରତର ଚୂଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, କେଏଲ ରାହୁଲ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ।