ଚାଣକ୍ୟ ନୀତି: ବିଦ୍ୟାର୍ଥୀଙ୍କ ପାଇଁ ସବୁଠୁ ବଡ଼ ଶତ୍ରୁ ଏହି ୫ଟି ଜିନିଷ, ମାନିଲେ ପାଇବେ ସଫଳତା

ସଫଳତା ପାଇବାକୁ ଚାହୁଁଛନ୍ତି କି? ନିଜ ପାଖରୁ ଦୂରେଇ ଦିଅନ୍ତୁ ଏହି ଜିନିଷ, ଚାଣକ୍ୟ ନୀତିରେ କରାଯାଇଛି ବର୍ଣ୍ଣନା

ଓଡ଼ିଶା ଭାସ୍କର: ଛାତ୍ର ଜୀବନ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହା ଭବିଷ୍ୟତ ଗଢିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ଚାଣକ୍ୟ ନୀତିରେ କେଉଁ ୫ଟି କଥା କୁହାଯାଇଛି, ଯାହା ଜଣେ ବିଦ୍ୟାର୍ଥୀ ପାଇଁ ଶତ୍ରୁ ପାଲଟିଯାଏ। ଆସନ୍ତୁ ଜାଣିବା..

ଆଳସ୍ୟତା: ଚାଣକ୍ୟ ନୀତିରେ ବିଦ୍ୟାର୍ଥୀଙ୍କର ସବୁଠୁ ବଡ଼ ଶତ୍ରୁ ଆଳସ୍ୟତା ହୋଇଥାଏ। ଏହାକୁ ତ୍ୟାଗକରି ଯେକୌଣସି ବ୍ୟକ୍ତି ସଫଳତା ପାଇପାରିବ।

ଅନୁଶାସନ ଜରୁରୀ: ଚାଣକ୍ୟ ନୀତି ମୁତାବକ, ବିଦ୍ୟାର୍ଥୀ ଜୀବନରେ ଅନୁସାସନ ସବୁଠୁ ଜରୁରୀ। ପ୍ରତ୍ୟେକ ବ୍ୟକ୍ତିକୁ ନିଜର ପ୍ରତ୍ୟେକ କାମ ଠିକ୍ ସମୟରେ କରିବା ଆବଶ୍ୟକ।

ସଫଳତା ଛଡ଼ା ଆଉ କିଛି ନାହିଁ: ଚାଣକ୍ୟ ନୀତି ଅନୁଯାୟୀ, ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହା ଚେତନାରେ ରଖିବା ଉଚିତ ଯେ, ଯେକୌଣସି ପରୀକ୍ଷାରେ ଦ୍ୱିତୀୟ ମାର୍ଗ ନାହିଁ। ଏଥିପାଇଁ କୌଣସି ଜିନିଷକୁ କାଲିକୁ ରଖନ୍ତୁନି।

ସ୍ୱସ୍ଥ୍ୟର ଯତ୍ନ: ସ୍ୱସ୍ଥ୍ୟର ସଂପୂର୍ଣ୍ଣ ଧ୍ୟାନ ଏବଂ ଯତ୍ନ ରଖନ୍ତୁ। ପରୀକ୍ଷାର ସଫଳତାର ଚିନ୍ତାକୁ ନିଜ ମଧ୍ୟରେ ରଖନ୍ତୁନି। ଏହା ଆପଣଙ୍କୁ କ୍ଷତି କରିବ।

ଲୋଭ କରନ୍ତୁନି: ଲୋଭ ସବୁଠୁ ଖରାପ ଜିନିଷ। ଏହା ଅଧିନରେ ଆସିବା ଦ୍ୱାରା ଛାତ୍ରଙ୍କୁ ଅନେକ କଷ୍ଟ ସହିବାକୁ ପଡିଥାଏ। ଆଗକୁ ଏହା ସଫଳତା ପାଇବାରେ ବାଧା ସୃଷ୍ଟି କରିବ।

ନିଜ ଉପରେ ଭରସା ରଖନ୍ତୁ: ସଫଳତା ସେହିମାନଙ୍କୁ ମିଳିଥାଏ, ଯିଏ ନିଜେ ଶିଖିଥିବା ଜିନିଷକୁ ଜୀବନରେ ବ୍ୟବହାର କରିଥାଏ ଏବଂ ନିଜ ଉପରେ ଯାହାର ଭରସା ଥାଏ।