fbpx

ହରିୟାଣା : ଟିକେଟ୍ ବାଣ୍ଟିବା ମାତ୍ରେ ବିଦ୍ରୋହ, ବିଧାୟକ ନାପା ଏବଂ ପୂର୍ବତନ ମନ୍ତ୍ରୀ କମ୍ବୋଜ ଛାଡିଲେ BJP

ଚଣ୍ଡିଗଡ଼ : ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ ୬୭ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ବିଜେପି ରାଟିଆ ବିଧାନସଭାରୁ ସେଠାରେ ଥିବା ବିଧାୟକ ଲକ୍ଷ୍ମଣ ନାପାଙ୍କ ଟିକେଟ୍ ବାତିଲ କାଟିଦେଇଛି ଏବଂ ଏହା ପରେ ବିଧାୟକ ଦଳ ଛାଡିବାକୁ ଘୋଷଣା କରିଛନ୍ତି । ପୂର୍ବତନ ସାଂସଦ ସୁନୀତା ଡଗଗାଲଙ୍କୁ ରାଟିଆ ଆସନରୁ ସିଟ୍ ଦେଇଛି ବିଜେପି ।

ଟିକେଟ୍ ଘୋଷଣା ହେବା ପରେ ଦଳର ସଦସ୍ୟ ମୋହନ ଲାଲ ବାରୋଲିଙ୍କୁ ବିଧାୟକ ଲକ୍ଷ୍ମଣ ନାପା ଏକ ଚିଠି ଲେଖି ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରରେ ନାପା ଲେଖିଛନ୍ତି ଯେ ସେ ସମସ୍ତ ପଦବୀରୁ ଏବଂ ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛନ୍ତି ।

ସୂଚନାଯୋଗ୍ୟ ଯେ, ଫତେହାବାଦର ରାଟିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ଥର ପାଇଁ ପଦ୍ମ ଫୁଟାଇଥିଲେ ଲକ୍ଷ୍ମଣ ନାପା । ସେ ୨୦୧୯ରେ ୧୨୧୬ ଭୋଟରେ ଜିତିଥିଲେ । ଏହାପୂର୍ବରୁ ବିଜେପି ଏହି ଆସନ ଜିତି ନଥିଲା । ଏହି ବିଧାନସଭା ନିର୍ବାଚନମଣ୍ଡଳୀ ୨୦୦୯ ରେ ସୃଷ୍ଟି ହୋଇଥିଲା ।

ସେହିଭଳି ବର୍ତ୍ତମାନ ପୂର୍ବତନ ମନ୍ତ୍ରୀ କର୍ଣ୍ଣ ଦେବ କମ୍ବୋଜ ମଧ୍ୟ ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ହରିୟାଣା ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ଥିଲେ । ପୂର୍ବତନ ମନ୍ତ୍ରୀ କର୍ଣ୍ଣଦେବ କମ୍ବୋଜ କର୍ଣ୍ଣଲର ଇନ୍ଦ୍ରି ବିଧାନସଭାରୁ ଟିକେଟ ମାଗୁଥିଲେ । କିନ୍ତୁ ତାଙ୍କୁ ଟିକେଟ୍ ଦିଆଯାଇନଥିଲା । ଦଳର ଅବହେଳା ଅଭିଯୋଗରେ କର୍ଣ୍ଣଦେବ କମ୍ବୋଜ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କ ସମର୍ଥକଙ୍କ ଅନୁଯାୟୀ ସେ ଆଗାମୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।

Get real time updates directly on you device, subscribe now.