fbpx

ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ହେବାକୁ ଯାଉଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କାରଣ

ହିନ୍ଦୁ ଧର୍ମରେ ଚନ୍ଦ୍ରଗ୍ରହଣ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବରେ ବିବେଚନା କରାଯାଇଛି । କୁହାଯାଏ ଯେ ଚନ୍ଦ୍ରଗ୍ରହଣର ପ୍ରଭାବ ସମସ୍ତ ରାଶିର ଜୀବନରେ ପଡ଼ିଥାଏ । ଗୋଟିଏ ପଟେ ଏହା କେତେକ ରାଶିର ଚିହ୍ନ ପାଇଁ ଶୁଭ ଏବଂ ଫଳପ୍ରଦ ହେବା ସହ ଅନ୍ୟ ପଟେ ଏହା କେତେକଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ହେବ । ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆସନ୍ତା ୫ ରେ ଲାଗିବାକୁ ଯାଉଛି ।

ତେବେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୫ ମେ’ ଶୁକ୍ରବାର ଦିନ ଲାଗିବ । ଏହି ଚନ୍ଦ୍ରଗ୍ରହଣ ଭାରତରେ ଦେଖାଯିବ ନାହିଁ । ସେଥିପାଇଁ ଏହାର ସୂତାକ ଅବଧି ମଧ୍ୟ ବୈଧ ହେବ ନାହିଁ । କିନ୍ତୁ ଏହାର ପ୍ରଭାବ ସମସ୍ତ ୧୨ ରାଶି ଲୋକଙ୍କ ଜୀବନରେ ଦେଖିବାକୁ ମିଳିବ । ଆସନ୍ତୁ ଜାଣିବା କେଉଁ ରାଶି ଲୋକଙ୍କୁ ସତର୍କ ରହିବାର ଆବଶ୍ୟକ ରହିଛି…

ମେଷ :-
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚନ୍ଦ୍ରଗ୍ରହଣର ପ୍ରଭାବ ସମସ୍ତ ରାଶିର ଜୀବନରେ ଦେଖାଯାଏ । ଆସନ୍ତା ୫ ତାରିଖ ଦିନ ଲାଗିବାକୁ ଯାଉଥିବା ପ୍ରଥମ ଚନ୍ଦ୍ରଗ୍ରହଣ ଅନେକ ରାଶିର ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇବ । ଏହି ସମୟରେ, ମେଷ ରାଶିର ଲୋକମାନେ ବିଶେଷ ସତର୍କ ରହିବା ଆବଶ୍ୟକ । କେବଳ ଏତିକି ନୁହେଁ, ଏହି ସମୟରେ ବ୍ୟକ୍ତି ଅନେକ ଭୁଲ ନିଷ୍ପତ୍ତି ନେଇପାରେ, ଯାହାର ପ୍ରଭାବ ବ୍ୟକ୍ତିର ଆର୍ôଥକ ଅବସ୍ଥା ଉପରେ ଦେଖାଯିବ । ମନ ଅସ୍ଥିର ରହିବ ଏବଂ ବ୍ୟକ୍ତିର ଆଇନଗତ ବିବାଦରେ ଫସିବାର ସମ୍ଭାବନା ବଢ଼ିଯିବ ।

ବୃଷ :-

ଜ୍ୟୋତିଷମାନେ କହିଛନ୍ତି ଯେ, ଏହି ସମୟ ବୃଷ ରାଶିର ଲୋକଙ୍କ ପାଇଁ ଅସୁବିଧାରେ ପରିପୂର୍ଣ୍ଣ ରହିବ । ଚନ୍ଦ୍ରଗ୍ରହଣ ସମୟରେ ଏହି ରାଶିର ଲୋକମାନେ ବିଶେଷ ଯତ୍ନ ନେବା ଉଚିତ୍ । ତର୍କ-ବିତର୍କ ହୋଇପାରେ । କେବଳ ଏତିକି ନୁହେଁ, ପରିବାରରେ ବିଚ୍ଛିନ୍ନତା ପରିସ୍ଥିତି ସୃଷ୍ଟି ହୋଇପାରେ । ଅନ୍ୟ ଚିନ୍ତା ମଧ୍ୟ ବ୍ୟକ୍ତିର ସୁଖ ଏବଂ ଶାନ୍ତି ଛଡ଼ାଇ ନେଇପାରେ ।

କର୍କଟ :-

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କର୍କଟ ରାଶିର ଲୋକଙ୍କ ଉପରେ ଏହାର ବହୁତ ଖରାପ ପ୍ରଭାବ ପଡ଼ିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇବ । ଚାକିରି କ୍ଷେତ୍ରରେ ମଧ୍ୟ ଅନେକ ପ୍ରକାରର ବାଧା ଉପୁଜିପାରେ । ଚନ୍ଦ୍ରଗ୍ରହଣ ସମୟରେ ଭଗବାନ ଶିବଙ୍କୁ ଉପାସନା କରିବା ଲାଭଦାୟକ ହେବ ।

ସିଂହ :-
ଏହି ରାଶିର ଲୋକଙ୍କ ପାଇଁ ଚନ୍ଦ୍ରଗ୍ରହଣ ମଧ୍ୟ ପ୍ରତିକୂଳ ପ୍ରଭାବ ଆଣିବାକୁ ଯାଉଛି । ଚନ୍ଦ୍ରଗ୍ରହଣ ଅଶୁଭ ପରିଣାମ ଦେବ । ଏହି ସମୟରେ ଅନେକ ଲୋକଙ୍କୁ କିଛି ଖରାପ ସୂଚନା ମିଳିପାରେ । ଏହି ସମୟରେ ପରିବାରର ବିଶେଷ ଯତ୍ନ ନିଅନ୍ତୁ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅନେକ ଥର ଚିନ୍ତା କରନ୍ତୁ, ନଚେତ୍ ଆପଣଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡିପାରେ ।

Get real time updates directly on you device, subscribe now.