fbpx

ଦକ୍ଷତା ବିକାଶ ମାମଲାରେ ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

ନୂଆଦିଲ୍ଲୀ: ତେଲୁଗୁ ଦେଶମ ଦଳ(ଟିଡିପି) ର ସଭାପତି ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ଶନିବାର ସକାଳେ ପୋଲିସ ଗିରଫ କରିଛି। ଏନେଇ ଦଳର ମୁଖପାତ୍ର ସୂଚନା ଦେଇଛନ୍ତି। ଚନ୍ଦ୍ରବାବୁଙ୍କୁ ଗିରଫ କରିବା ପାଇଁ ନନ୍ଦିଆ ରେଞ୍ଜର ଡିଜି ରଘୁରାମି ରେଡ୍ଡୀ ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଙ୍କ ନେତୃତ୍ୱରେ ପୋଲିସର ଏକ ବୃହତ କଣ୍ଟିଜେଣ୍ଟ ଭୋର ପ୍ରାୟ ୩ ଟା ସମୟରେ ସହରର ଆର.କେ ଫଙ୍କସନ୍ ହଲରେ ନାଇଡୁ ଘରେ ଆସି ପହଞ୍ଚିଥିଲେ। ସେ ସେତେବେଳେ ତାଙ୍କ କାରଭାନରେ ବିଶ୍ରାମ ନେଉଥିଲେ।

ତେବେ ସେଠାରେ ବହୁ ସଂଖ୍ୟାରେ ଏକାଠି ହୋଇଥିବା ଟିଡିପି କାର୍ଯ୍ୟକର୍ତାଙ୍କ ଦ୍ୱାରା ପୋଲିସ କଡ଼ା ପ୍ରତିରୋଧର ସମ୍ମୁଖୀନ ହୋଇଥିଲେ। ଏହା ବ୍ୟତୀତ ନାଇଡୁଙ୍କୁ ଜଗି ରହିଥିବା ଏସପିଜି ଫୋର୍ସ ମଧ୍ୟ ପୋଲିସକୁ ଅନୁମତି ଦେଇ ନଥିଲେ। ନିୟମ ଅନୁଯାୟୀ ସକାଳ ୫.୩୦ ପର୍ଯ୍ୟନ୍ତ କାହାକୁ ନାଇଡୁଙ୍କ ପାଖରେ ପହଞ୍ଚିବାକୁ ଅନୁମତି ଦେଇ ପାରିବେ ନାହିଁ ବୋଲି କହିଥିଲେ।ଶେଷରେ ସକାଳ ପ୍ରାୟ ୬ ଟା ବେଳେ ପୋଲିସ ନାଇଡୁଙ୍କ କବାଟ ବାଡେଇଥିଲା ଏବଂ ତାଙ୍କୁ ଗିରଫ କରି ସାଙ୍ଗରେ ନେଇଥିଲା।

ଡିଆଇଜି ତାଙ୍କୁ କହିଥିଲେ ଯେ ତାଙ୍କୁ ଆନ୍ଧ୍ରପ୍ରଦେଶ ସ୍କିଲ୍ ଡେଭଲପମେଣ୍ଟ କର୍ପୋରେସନ୍ ସ୍କାମରେ ଗିରଫ କରାଯାଇଛି। ଯେଉଁଥିରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି। ଏଥିପାଇଁ ତାଙ୍କୁ ଏକ ନୋଟିସ୍ ଦିଆଯାଇଥିଲା। ପ୍ରଥମେ ଦଳର କାର୍ଯ୍ୟକର୍ତାଙ୍କ ଦ୍ୱାରା ବିରୋଧର ସାମ୍ନା କରିବା ପରେ ନାଇଡୁଙ୍କୁ ଗାଡି ଭିତରକୁ ନିଆଯାଇଥିଲା। ତାଙ୍କୁ ବିଜୟୱାଡା ସ୍ଥାନାନ୍ତର କରାଯାଇଛି।

Get real time updates directly on you device, subscribe now.